Categories: ବାଣିଜ୍ୟ

ନ୍ୟାଶନାଲ ଗ୍ରୀନ୍‌ ମେଟାଲ କନ୍‌ଫରେନ୍ସ ଉଦ୍‌ଯାପିତ

ଭୁବନେଶ୍ୱର, ୮।୨: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡିଶା ଏବଂ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ (ବିପିଏନ୍‌ଏସ୍‌ଆଇ) ର ମିଳିତ ସହଯୋଗରେ ଆୟୋଜିତ ୨ଦିନିଆ ‘ନ୍ୟାସନାଲ୍‌ ଗ୍ରୀନ୍‌ ମେଟାଲ୍‌ କନଫରେନ୍ସ-୨୦୨୪’ ବୁଧବାର ଉଦଯାପିତ ହୋଇଯାଇଛି। ଏହି ଅବସରରେ ଆମନ୍ତ୍ରିତ ଅତିଥି ଓ ବକ୍ତାଙ୍କ ସମେତ ଶିଳ୍ପ ବିଶେଷଜ୍ଞମାନେ ସେମାନଙ୍କର ମତ ଉପସ୍ଥାପନ ସହ ସମ୍ମିଳନୀର ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଶେଷ କରି ଏହି ୨ଦିନିଆ ସମ୍ମିଳନୀର ମୂଳ ଉଦ୍ଦେଶ୍ୟ ଥିଲା ‘୨୦୭୦ ସୁଦ୍ଧା ଆମକୁ ଅଙ୍ଗାରକାମ୍ଳ ବା କାର୍ବନ ର୍ନିଗମନକୁ ’ଜିରୋ’ ବା ଶୂନ କରିବା’ ଯେଉଁଥି ପାଇଁ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ, ମନିଟରିଂ ଏବଂ ସର୍କୁଲାର୍‌ ଇକୋନୋମି ଆଦିରେ ସାମ୍ପ୍ରତିକ ଟେକ୍ନୋଲୋଜି ଧାରାକୁ ଆଲୋକିତ କରିବା ସହ ଏ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ଅଗ୍ରଗତି, ବିକଳ୍ପ ଶକ୍ତି, ସ୍ଥାୟୀ ଖଣି, ନୂତନ ନିରାପତ୍ତା ସର୍କୁଲାର, ଅର୍ଥନୀତି ପରିଚାଳନା ଓ ସବୁଜ ପରିବେଶ ପାଇଁ ବିନା ଖର୍ଚ୍ଚରେ କ୍ଷମତା ସୃଷ୍ଟି କରିବା ସହ ଏହାକୁ ହାସଲ କରିବା ପାଇଁ ଏକ ସୁଗମ ପରିବର୍ତ୍ତନକୁ ରାସ୍ତା ଦେଖାଇବା।
ସେହିଭଳି ସମ୍ମିଳନୀର ଦ୍ବିତୀୟ ଦିନରେ ୬ଟି ଅଧିବେଶନ ଆୟୋଜିତ ହୋଇଥିଲା। ପରିଶେଷରେ ଅଂଶଦାର ଓ ଉଲ୍ଲେଖନୀୟ ଅବଦାନ ପ୍ରଦାନ କରିଥିବା ଶିଳ୍ପ ପ୍ରତିଷ୍ଠାନଗୁଡିକୁ ସମ୍ବର୍ଦ୍ଧିତ କରାଯାଇଥିଲା।

 

Share