Categories: ଜାତୀୟ

କରୋନା ବେଳେ ଗଙ୍ଗାରେ କେତେ ମୃତଦେହ ଭାସିଛି ରିପୋର୍ଟ ଦିଅ

ନୂଆଦିଲ୍ଲୀ, ୧୭ା୫: କରୋନା ମହାମାରୀରେ ଗଙ୍ଗା ନଦୀରେ ମୃତଦେହ ଭାସିବା ଘଟଣାରେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ ଉତ୍ତରପ୍ରଦେଶ ଏବଂ ବିହାର ସରକାରଙ୍କୁ ରିପୋର୍ଟ ମାଗିଛନ୍ତି। ନଦୀରେ କେତେ ମୃତଦେହ ଭାସିଛି ଏବଂ କେତେ ନଦୀପଠାରେ ପୋତାଯାଇଛି ଏହାର ତଥ୍ୟ ଦେବାକୁ ଜଷ୍ଟିସ୍‌ ଅରୁଣ କୁମାର ତ୍ୟାଗୀ ଏବଂ ଏକ୍ସପର୍ଟ ମେମ୍ବର ଡା. ଅର୍‌ଫୋଜ୍‌ ଅହମ୍ମଦଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଦୁଇ ରାଜ୍ୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଗୃହ ବିଭାଗ) ଓ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କୋଭିଡ୍‌ ପୂର୍ବରୁ ଏବଂ ପରବର୍ତ୍ତୀ ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଗଙ୍ଗାନଦୀରେ ଭାସିଥିବା ଏବଂ ପୋତାଯାଇଥିବା ମୃତଦେହରେ ସମ୍ପୂର୍ଣ୍ଣ ତଥ୍ୟ ମାଗିଛନ୍ତି ଟ୍ରିବ୍ୟୁନାଲ । ଏଥିସହ ମୃତଦେହ ସତ୍କାରରେ ସରକାର କେତେ ଆର୍ଥିକ ସହାୟତା ଦେଇଛନ୍ତି ତାହାର ହିସାବ ଦେବାକୁ ମଧ୍ୟ ଟ୍ରିବ୍ୟୁନାଲ ପକ୍ଷରୁ କୁହାଯାଇଛି। ଖବରଦାତା ସଞ୍ଜୟ ଶର୍ମାଙ୍କ ପିଟିଶନର ଶୁଣାଣି କରି ଟ୍ରିବ୍ୟୁନାଲ ଏହି ନିର୍ଦ୍ଦେଶ ଦେଇଛନ୍ତି।

Share