Categories: ଜାତୀୟ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ମୃତ

ବେଙ୍ଗାଲୁରୁ,୨୭।୯: କର୍ନାଟକର ମାଙ୍ଗାଲୁରୁ ଜାତୀୟ ରାଜପଥରେ ଏକ ବସ୍‌ -କାର୍‌ ମଧ୍ୟରେ ଧକ୍କା ହୋଇଛି। ଅନିୟନ୍ତ୍ରିତ କାର୍‌ ପାର୍କିଂ ହୋଇଥିବା ବସ୍‌ ପଛପଟୁ ଧକ୍କା ଦେଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳିପାରି ନାହିଁ। ସୂଚନା ପାଇବା ମାତ୍ରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ଅଧିକ ସୂଚନା ଏ ପର୍ଯ୍ୟନ୍ତ ଜଣାପଡିନାହିଁ।

Share