Categories: ଜାତୀୟ

ସୋନିଆ-ରାହୁଲଙ୍କୁ ଇଡିର ନୋଟିସ ବିରୋଧରେ ସାରା ଦେଶରେ କଂଗ୍ରେସର ପ୍ରେସ କନଫରେନ୍ସ, ପ୍ରଦର୍ଶନ ପାଇଁ ବି ପ୍ରସ୍ତୁତି

ନୂଆଦିଲ୍ଲୀ,୧୨ ।୬: ନ୍ୟାଶନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ବହୁବାର ନୋଟିସ ଦିଆଗଲାଣି । ଏବେ ଏହାକୁ ନେଇ ସାରା ଦେଶରେ କଂଗ୍ରେସ ପ୍ରେସ କନଫରେନ୍ସ କରିବାକୁ ଯାଉଛି । ଏଥିପାଇଁ କଂଗ୍ରେସ ବିଭିନ୍ନ ପ୍ରସ୍ତୁତି ବି କରୁଛି । କଂଗ୍ରେସ ଏହା ବିରୋଧରେ ପ୍ରଦର୍ଶନ କରିବା ସହ ଇଡି କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାଲି କରିବାର ବି ଯୋଜନା କରିଛି । ରବିବାର ହେବାକୁ ଯାଉଥିବା ଏହି ପ୍ରେସ କନଫରେନ୍ସ ପାଇଁ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ସମସ୍ତ କଂଗ୍ରେସ ନେତା ଏବେ ସରକାରୀ ଏଜେନ୍ସିଙ୍କ କାର୍ଯ୍ୟକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିପାରନ୍ତି ।

Share