ନୂଆଦିଲ୍ଲୀ,୧୩ ।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ନ୍ୟାଶନାଲ ହେରାଲ୍ଡ ମାମଲାରେ ପଚରା ଉଚରା ପାଇଁ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଇଡି ସାମ୍ନାରେ ହାଜର ହେବାର ଅଛି । ହେଲେ ଏହା ପୂର୍ବରୁ ଆରମ୍ଭ ହୋଇ ଯାଇଛି ପୋଷ୍ଟର ୱାର । ଏହାକୁ ଦେଖି ରାହୁଲଙ୍କ ଘର ବାହାରେ ଓ ଇଡି କାର୍ଯ୍ୟାଳୟ ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଇତିମଧ୍ୟରେ ରାହୁଲ ଗାନ୍ଧୀଙ୍କ ଘର ବାହାରେ ଏକ ପୋଷ୍ଟର ଲାଗିଥିବା ଦେଖାଯାଇଛି । ଏଥିରେ ରାହୁଲଙ୍କ ଫଟୋ ସହ ଲେଖାଯାଇଛି, ସତ୍ୟ କେବେ ନଇଁବ ନାହିଁ । ଏପଟେ କଂଗ୍ରେସ କାର୍ଯ୍ୟାଳୟ ବାହାରେ ବିରୋଧ ପ୍ରଦର୍ଶନ କରୁଥିବା ନେତା ଓ କର୍ମୀଙ୍କୁ ପୋଲିସ ଅଟକ ରଖିଛି ।