ଜାତୀୟ ରାଜପଥ ଅବରୋଧ, ରେଳ ରୋକୋ

ବଅଁରପାଳ/ ଢେଙ୍କାନାଳ ଅଫିସ,୪।୩(ଡି.ଏନ.ଏ.) – କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ଅନୁଗୋଳ ଜିଲାରେ ଶେଷ ହେଉ ନ ଥିବାରୁ ଏହାର ପ୍ରତିବାଦରେ ଢେଙ୍କାନାଳ ଏମ୍‌ପି ମହେଶ ସାହୁଙ୍କ ନେତୃତ୍ୱରେ ଗୁରୁବାର ବଅଁରପାଳଠାରେ ଆନ୍ଦୋଳନ କରାଯାଇଥିଲା। ସକାଳୁ ସନ୍ତ୍ରୀ ଛକଠାରେ ଏମ୍‌ପିଙ୍କ ସହ ସ୍ଥାନୀୟ ବଜାର କମିଟିର ସଦସ୍ୟମାନେ ରାଜପଥ ଅବରୋଧ କରିଥିଲେ। ଫଳରେ ରାଜପଥରେ ଗାଡ଼ି ଚଳାଚଳ କେଇ ଘଣ୍ଟା ଧରି ଠପ୍‌ ହୋଇଯାଇଥିଲା। ଦାବି ପୂରଣ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବଜାର କମିଟି ପକ୍ଷରୁ କୁହାଯାଇଥିଲା। ଖବରପାଇ ଘଟଣାସ୍ଥଳରେ ଜିଲା ପ୍ରଶାସନିକ ଅଧିକାରୀ ଓ ପୋଲିସ ପହଞ୍ଚି ବୁଝାଶୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ସେହିପରି ଏମ୍‌୍‌ପି ମହେଶ ସାହୁଙ୍କ ଅହ୍ବାନକ୍ରମେ ଢେଙ୍କାନାଳ ସକ୍ରିୟ ସଚେତନ ବିକାଶ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶ୍ୟାମାଚରଣପୁର ପାସେଞ୍ଜର ହଲ୍ଟରେ ଗୁରୁବାର ସକାଳ ୬ଟାରୁ ପୂର୍ବାହ୍ନ ୧୦ଟା ଯାଏ ରେଳରୋକୋ କରାଯାଇଥିଲା। ରେଲଓ୍ବେର ଅତିରିକ୍ତ ଆଞ୍ଚଳିକ ପ୍ରବନ୍ଧକ ବ୍ରଜେଶ କୁମାର ମିଶ୍ର, ଆର୍‌ପିଏଫ୍‌ ଅତିରିକ୍ତ କମିଶନର ସରୋଜ ଦାସ, ଏକଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ପ୍ରମୋଦ ଦଳବେହେରା, ସଦର ଏସ୍‌ଡିପିଓ ବିକାଶ ବେଉରା, ଟାଉନ ଥାନାଧିକାରୀ ରାଜେନ୍ଦ୍ର ମହାପାତ୍ର, ଡିଇଏମ୍‌ ସଞ୍ଜୟଦତ୍ତ ମୀନା ପ୍ରମୁଖ ପହଞ୍ଚତ୍ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। କ୍ରିୟାନୁଷ୍ଠାନ କମିଟି ଆବାହକ ରୁଦ୍ରାନ୍ତ ଦଳେଇ ଦାବିପତ୍ର ପ୍ରଦାନ କରିଥିଲେ। ଶିକ୍ଷାବିତ୍‌ ପ୍ରଫେସର ଭବାନୀ ଶଙ୍କର ମିଶ୍ର, ନିତ୍ୟାନନ୍ଦ ମିଶ୍ର, ପୂର୍ବତନ ନଗରପାଳ ସୁରେନ୍ଦ୍ର ମିଶ୍ର, ପ୍ରସନ୍ନ ସାହୁ, ଯୋଗୀନାଥ ମହାନ୍ତି, ଲକ୍ଷ୍ମୀପ୍ରସାଦ ପଟ୍ଟନାୟକ, ଆଇନଜୀବୀ ମନୋରଞ୍ଜନ ପଟ୍ଟନାୟକ, ବସ୍‌ ମାଲିକ ସଂଘର ରୁଦ୍ରନାରାୟଣ ତ୍ରିପାଠଙ୍କ ସମେତ କ୍ରିୟାନୁଷ୍ଠାନ କମିଟିର ବହୁ ସଦସ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଶ୍ୱସ୍ତି ଆଣିଲା କାଳବୈଶାଖୀ ବର୍ଷା

ଧରାକୋଟ,୧୨ା୪(ବିଷ୍ଣୁ କେଶରୀ ଅଚାର୍ଯ୍ୟ): କାଳବୈଶାଖୀ ବର୍ଷା ଧରାକୋଟ ଅଞ୍ଚଳର ଜନଜୀବନ ପାଇଁ ଆଶ୍ୱସ୍ତି ଆଣିଛି। ଚୈତ୍ର ମାସରେ ତାପମାତ୍ରା ବୃଦ୍ଧି ଯୋଗୁ ଲୋକେ ନାହିଁ ନ...

ଦୁଇ ଫୁଲମାଳରେ ବାଛିଲେ ଜୀବନସାଥୀ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ)- ବିବାହରେ ନ ଥିଲା ଯାନିଯୌତୁକ। କେବଳ ୨ଟି ଫୁଲମାଳରେ ବାଛିଥିଲେ ଜୀବନସାଥୀ। ଏଭଳି ଏକ ଆଦର୍ଶ ଗଣବିବାହ ଶନିବାର ବରଗଡ ସ୍ଥିତ ବିଜୁ...

ମିଳୁନି ପିଇବା ପାଣି

ଗଞ୍ଜାମ,୧୨ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମରେ ଦୀର୍ଘ ପନ୍ଦର ଦିନରୁ ଊର୍ଦ୍ଧ୍ୱ ହେବ ପିଇବା ପାଣି ସମସ୍ୟା ଦେଖାଦେଇଛି। ଏନେଇ...

ଓଡ଼ିଆ ପକ୍ଷ ପାଳନରେ ବରପୁତ୍ରଙ୍କ ଜୀବନୀକୁ ଅନୁସରଣ କରିବାକୁ ଆହ୍ବାନ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ଜନ୍ମ ନେଇ ଓଡ଼ିଆ ଭାଷା ସାହିତ୍ୟକୁ ନୂଆ ଦିଗ ଦେଖାଇଥିବା କିମ୍ବା ସତନ୍ତ୍ର ଓଡ଼ିଶା ଗଠନର ନେତୃତ୍ୱ ନେଇଥିବା ବ୍ୟକ୍ତିବିଶେଷ ତଥା...

ପାରିବାରିକ ବିବାଦରୁ ଗଣ୍ଡଗୋଳ: ଗୋଟିଏ ପରିବାରର ୩ ଆହତ

ଭଞ୍ଜନଗର,୧୨।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଧୀନ ତୁରୁମୁରେ ଦୁଇ ପରିବାର ମଧ୍ୟରେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା। ଏଥିରେ ଗୋଟିଏ ପରିବାରର...

ବଜ୍ରପାତ ନେଲା ଜୀବନ, ଗାଈ ଚରାଇବା ବେଳେ ଟଳିପଡିଲେ ବ୍ୟକ୍ତି

ଭଞ୍ଜନଗର,୧୨।୪,(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ ନେଟେଙ୍ଗା ଗ୍ରାମର ଜଣେ ଗାଈ ଚରାଳି ଶନିବାର ସାଂରେ ବଜ୍ରପାତରେ ମୃତ୍ୟୁ ବରଣ କରିଛନ୍ତି। ସେହେଲେ...

କନ୍ଧମାଳର ଟୁଇଟର ମ୍ୟାନ ହେଲେ ସମ୍ମାନିତ

ଜି.ଉଦୟଗିରି,୧୨ା୪(ଚିନ୍ମୟ କୁମାର ସେଠୀ)-ଓଡ଼ିଶାର ଏକ ସାମାଜିକ ସଂଗଠନ ଆସୋସିଏଶନ ଅଫ ଟୁଇଟର ଆକ୍ଟିଭିଷ୍ଟ (ଏଟିଏ) ତରଫରୁ ପୁରୀଠାରେ ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ...

କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

ଖଲ୍ଲିକୋଟ,୧୨।୪,(ପ୍ରଶାନ୍ତ କୁମାର ମିଶ୍ର): ବାଲୁଗାଁ ଷ୍ଟେଶନରେ ଶନିବାର ମଧ୍ୟାହ୍ନରେ ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗି ଯାଇଥିଲା। ଟ୍ରେନଟି ପଲାସାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image