କେନ୍ଦୁଝର,୧ା୭(ସ୍ବ.ପ୍ର.): ଗୁରୁବାର ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ପକ୍ଷରୁ ବାଉଁଶୁଳି ଛକଠାରେ ରାଜ୍ୟ ସରକାରଙ୍କ କୃଷି ମାରଣ ନୀତି ନେଇ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ଟୋକନ ପାଇଥିବା ଚାଷୀଙ୍କର ଧାନ ମଣ୍ଡିରୁ ଧାନ ଉଠିବା, କେନ୍ଦୁଝର ଜିଲାକୁ ରବି ଫସଲରେ ସାମିଲ କରିବା, ବହୁ ପ୍ରତୀକ୍ଷିତ ରେଳ ସାର ରେକ ପଏଣ୍ଟ ପ୍ରତିଷ୍ଠା, କେନ୍ଦୁଝର ଜିଲାରେ ସାର ଓ ଧାନର ଅଭାବୀ ବିକ୍ରି ବିଷୟରେ ଆନ୍ଦୋଳନ ହୋଇଥିଲା। ରାସ୍ତା ଜାମ୍ରେ ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି,ପୂର୍ବତନ ଜିଲା ସଭାପତି ରାଧାକାନ୍ତ ମହାନ୍ତ, ଖିରେଇଟାଙ୍ଗିରି ମଣ୍ଡଳ ସଭାପତି ମହେନ୍ଦ୍ର ନାଏକ, ଉଖୁଣ୍ଡା ମଣ୍ଡଳ ସଭାପତି ଲକ୍ଷଣ କୁମାର ରାଉତ, ଖିରେଇଟାଙ୍ଗିରି ସରପଞ୍ଚ ବନୋଜ କୁମାର ନାୟକ, ପୂର୍ବତନ ଜିଲା ସାଧାରଣ ସମ୍ପାଦକ ସୁବ୍ରତ କୁମାର ମହାନ୍ତି, ଯୁବନେତା ଅସିତ ନନ୍ଦନ ମହାନ୍ତି, ଚାଷୀ ନେତା ରଇଦାସ ମହାନ୍ତ, ମଦନ ମହାନ୍ତ , ସୁଶାନ୍ତ ମହାନ୍ତଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ।