ଆତ୍ମନିର୍ଭର ଭାରତ ଗଠନରେ ଜାତୀୟ ହାଇଡ୍ରୋଜେନ୍‌ ମିଶନ ଅପରିହାର୍ଯ୍ୟ…

ନୂଆଦିଲ୍ଲୀ,୧୫।୮: ସମ୍ପ୍ରତି ଭାରତ ବହୁବିଧ କ୍ଷେତ୍ରରେ ବିକାଶ କରୁଥିବାବେଳେ ଶକ୍ତି କ୍ଷେତ୍ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପାଲଟିଛି। ଏବେ ଦେଶ କ୍ୱାଣ୍ଟମ ଜମ୍ପ ଦେବାକୁ ଯାଉଛି। ଦେଶର ବହୁବିଧ ବିକାଶ ଲାଗି ଆଜି ସବୁଜ ଶକ୍ତି ଅପରିହାର୍ଯ୍ୟ ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଦେଶର ୭୫ ତମ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ହାଇଡ୍ରୋଜେନ୍‌ ମିଶନ ଘୋଷଣା କରିଛନ୍ତି। ସବୁଜ ଶକ୍ତି ବିକାଶ ଚାବିକାଠି। ଏହା ଦେଶର ଅଗ୍ରଗତି ସହିତ ଏକ ଆତ୍ମନିର୍ଭରଶୀଳ ଭାରତ ଗଠନ କ୍ଷେତ୍ରରେ ରହିଥିବା ଶକ୍ତି ସମସ୍ୟାର ସଫଳ ସମଧାନ କରିବାକୁ ସକ୍ଷମ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ତେଣୁ ଆଜି ଭାରତକୁ ଏକ ସଂକଳ୍ପ ନେବାକୁ ପଡ଼ିବ। ସ୍ବାଧୀନତା ହାସଲର ୧୦୦ ବର୍ଷ ପୂର୍ବରୁ ଦେଶକୁ ଶକ୍ତି କ୍ଷେତ୍ରରେ ସ୍ବତନ୍ତ୍ର ହେବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ଆହ୍ବାନ ଜଣାଇଛନ୍ତି।

Share