ଗୁଜରାଟରେ କରୋନା ବିସ୍ଫୋରଣ: ଅହମଦାବାଦ ଇନଷ୍ଟିଚ୍ୟୁଟ କ୍ୟାମ୍ପସ କଣ୍ଟେନମେଣ୍ଟ ଜୋନ ଘୋଷଣା

ଗାନ୍ଧିନଗର,୯ ।୫: ଗୁଜରାଟରେ ବେଳକୁ ବେଳ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅହମଦାବାଦରେ ଥିବା ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍ ଡିଜାଇନରେ ୨୪ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ୧୭୮ ଜଣଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଛି । ଏହାକୁ ଦୃଷ୍ଟିରେ ରଖି ଅହମଦାବାଦ ନଗର ନିଗମ ଏନଆଇଡି କ୍ୟାମ୍ପସକୁ ଛୋଟ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି । ଏନଆଇଡିର ଦୁଇ ଜଣ ଛାତ୍ରଙ୍କ ଅବସ୍ଥା ଗୁରୁତର ରହିଛି । ସେମାନେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ସୂଚନାଯୋଗ୍ୟ, ଗୁଜରାଟର ଶିକ୍ଷାନୁଷ୍ଠାନରେ ଦ୍ୱିତୀୟ ଥର କରୋନା ବିସ୍ଫୋରଣ ସାମ୍ନାକୁ ଆସିଛି ।

Share