Categories: ଖେଳ

ଜାତୀୟ ଆନ୍ତଃରାଜ୍ୟ ଆଥ୍‌ଲେଟିକ ଚାମ୍ପିୟନଶିପ୍‌: ୧୦୦ ମିଟର ଫାଇନାଲରେ ଅମିୟ

ଭୁବନେଶ୍ୱର,୨୬।୬: ପଞ୍ଜାବର ପଟିଆଲାଠାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ୬୦ତମ ଜାତୀୟ ଆନ୍ତଃରାଜ୍ୟ ଆଥ୍‌ଲେଟିକ ଚାମ୍ପିୟନଶିପ୍‌। ନେତାଜୀ ସୁଭାଷ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସ୍ପୋଟର୍‌ସ (ଏନ୍‌ଏସ୍‌ଏନ୍‌ଆଇଏସ୍‌)ଠାରେ ଆରମ୍ଭ ହୋଇଥିବା ଏହି ଆଥ୍‌ଲେଟିକ ମିଟ୍‌ରେ ଶ୍ରୀଲଙ୍କାର କେତେଜଣ ଆଥ୍‌ଲେଟ ଅଂଶଗ୍ରହଣ କରିବେ। ଇଭେଣ୍ଟର ପ୍ରଥମ ଦିବସରେ ଓଡ଼ିଶାର ତାରକା ପୁରୁଷ ଧାବକ ଅମିୟ ମଲିକ ୧୦୦ମିଟର ଦୌଡ଼ ଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଆୟୋଜିତ ଦୌଡ଼ରେ ସେ ୧୦.୫୦ ସେକେଣ୍ଡ ସମୟ ନେଇ ଫାଇନାଲକୁ ଉଠିଛନ୍ତି। ଭାରତର ଦ୍ରୁତତମ ମହିଳା ତଥା ତାରକା ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କ ସମେତ ହିମା ଦାସ, ଅନୁ ରାନୀ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବାକୁ ଏହି ଇଭେଣ୍ଟ ମାଧ୍ୟମରେ ଅନ୍ତିମ ସୁଯୋଗ ପାଇବେ। ମହିଳା ରିଲେ ଦଳ ମଧ୍ୟ ଏହି ଇଭେଣ୍ଟରେ ଭଲ ପ୍ରଦର୍ଶନ କରି ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବ ବୋଲି ଆଶା କରାଯାଉଛି।

Share