ନୂଆଦିଲ୍ଲୀ,୮।୯: ସେପ୍ଟେମ୍ବର ୯ଏବଂ ୧୦ରେ ଜି -୨୦ଶିଖର ସମ୍ମିଳନୀ ଆୟୋଜନ ହେବା ନେଇ ଜାତୀୟ ରାଜଧାନୀକୁ ଅତି ସୁନ୍ଦର ଭାବରେ ସଜାଯାଇଛି। ଏହି ମେଗା ଇଭେଣ୍ଟରେ ଭାଗ ନେବାକୁ ସାରା ବିଶ୍ୱରୁ ମାନ୍ୟଗଣ୍ୟ ବ୍ୟକ୍ତି ଦିଲ୍ଲୀରେ ପହଞ୍ଚିବା ଆରମ୍ଭ କରିଛନ୍ତି।
ବର୍ତ୍ତମାନର କ୍ୟାବିନେଟରେ ବୈଦେଶିକ ପ୍ରତିନିଧୀ ଏମ୍ପି ଏବଂ ମନ୍ତ୍ରୀଙ୍କ ବ୍ୟତୀତ ଦେଶର କିଛି ପୂର୍ବତନ ବରିଷ୍ଠ ନେତା ମଧ୍ୟ ଜି -୨୦ ସମ୍ମିଳନୀ ରାତ୍ରୀ ଭୋଜନରେ ସାମିଲ ହେବେ। ସୂତ୍ରରୁ ପ୍ରକାଶ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ଏଚଡି ଦେବେ ଗୌଡାଙ୍କୁ ମଧ୍ୟ ଜି -୨୦ ସମ୍ମିଳନୀ ରାତ୍ରୀ ଭୋଜନରେ ନିମନ୍ତ୍ରଣ କରାଯାଇଥିବା ଜଣାପଡିଛି।