Categories: ଜାତୀୟ

କଳ୍ପନାଜଳ୍ପନା ମଧ୍ୟରେ ଭାଜପାରେ ସାମିଲ ହେବେ କି ନାହିଁ ସ୍ପଷ୍ଟ କଲେ କମଲନାଥ

ଭୋପାଳ,୧୯।୨: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲନାଥ ସୋମବାର ଭାଜପାରେ ଯୋଗଦେବା ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ସେ ଏକ ନ୍ୟୁଜ୍‌ ଚ୍ୟାନେଲ ମାଧ୍ୟମରେ କହିଛନ୍ତି ଯେ ସେ ଭାଜପାରେ ଯୋଗଦେବେ ନାହିଁ। କମଲନାଥ ଖୁବ୍‌ଶୀଘ୍ର ଏକ ଖବରଦାତା ସମ୍ମିଳନୀ କରିବେ। ଏହାପୂର୍ବରୁ ସେ ଦିଲ୍ଲୀରେ ତାଙ୍କର ଘନିଷ୍ଠ ନେତାଙ୍କ ସହ ଏକ ବୈଠକ କରିଛନ୍ତି। ବୈଠକ ପରେ ସଜ୍ଜନ କୁମାର ଭର୍ମା କହିଛନ୍ତି , କମଲନାଥଙ୍କ ଭାଜପାରେ ସାମିଲ ଦେବା ପ୍ରଶ୍ନ କାଳ୍ପନିକ ଅଟେ।

ଏହାପୂର୍ବରୁ ଭାଜପାରେ ସାମିଲ ହେବା କଳ୍ପନାଜଳ୍ପନା ମଧ୍ୟରେ କମଲନାଥ ଶନିବାର ଦିଲ୍ଲୀରେ ପହଞ୍ଚିଥିଲେ। ସେବେ ସେଠାରେ କହିଥିଲେ, ଯଦି ଏପରି କିଛି ଘଟେ ତେବେ ସେ ପ୍ରଥମେ ଗଣମାଧ୍ୟମକୁ ଏହା ବିଷୟରେ ସୂଚନା ଦେବେ।

Share