Categories: ଖେଳ

ପରିବାର ଚଳାଇବା ପାଇଁ ଘରେ ମଦ ତିଆରିକରି ବିକ୍ରି କରୁଛନ୍ତି ସ୍ବର୍ଣ୍ଣ ପଦକ ବିଜେତା ଏହି ଖେଳାଳି

ଯେତେବେଳେ କେହି ଜଣେ ସ୍ବର୍ଣ୍ଣ ପଦକ ଜିତିଥାନ୍ତି, ତାଙ୍କ ପରିବାର ସହ ପଡୋଶୀ ମଧ୍ୟ ବହୁତ ଖୁସି ହୋଇଥାନ୍ତି। ସେମିତି ଜଣେ ହେଲେ ଝାରଖଣ୍ଡର ଭିମଲା ମୁଣ୍ଡା। ଭିମଲା କରାଟେରେ ସ୍ବର୍ଣ୍ଣ ପଦକ ଜିତି ନିଜ ଅଞ୍ଚଳର ନାମ ଉଚ୍ଚ କରିଥିଲେ। ଅଞ୍ଚଳବାସୀ ବହୁତ ଖୁସି ହୋଇଯାଇଥିଲେ। ହେଲେ ଏବେ ଅବସ୍ଥା ଏତେ ଖରାପ ହୋଇଛି ଯେ, ପରିବାର ଚଳାଇବା ପାଇଁ ତାଙ୍କୁ ଦେଶୀ ମଦ ବିକ୍ରି କରିବାକୁ ପଡ଼ୁଛି।
୨୦୧୧ ମସିହାରେ ବିମଲା ୩୪ତମ ରାଷ୍ଟ୍ରୀୟ ଖେଳରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଆଜି ପର୍ଯ୍ୟନ୍ତ ସେ ସରକାରଙ୍କଠାରୁ ଚାକିରିଟିଏ ଅପେକ୍ଷାରେ ରହିଛନ୍ତି। ପରିବାର ଚଳାଇବା ପାଇଁ ଭିମଲା ଏକ କୋଚିଂ ସେଣ୍ଟର ଖୋଲି ପିଲାମାନଙ୍କୁ କରୋଟେ ଶିଖାଉଥିଲେ। ମାତ୍ର କରୋନା ଯୋଗୁ ତାହା ବନ୍ଦ ହୋଇଗଲା। କୌଣସି ଉପାୟ ନ ପାଇ ଭିମଲା ପରିବାର ପୋଷିବା ପାଇଁ ଘରେ ଦେଶୀ ମଦ ତିଆରି କରି ବିକ୍ରି କରୁଛନ୍ତି।
ଏହା ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନଜରରେ ପଡ଼ିବା ପରେ ଏବେ ସେ ଭିମଲାଙ୍କ ଆର୍ଥିକ ସ୍ଥିତି ସୁଧାରିବାକୁ ଚେଷ୍ଟା କରିଛନ୍ତି। ତାଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ସେ ଖେଳ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ଟୁଇଟରରେ ସୂଚନା ଦେଇଛନ୍ତି।

Share