Advertisement
Categories: ଜାତୀୟ

ନବବିବାହିତ ସ୍ତ୍ରୀଙ୍କ ସହ ଝଗଡା: ଚରମ ପଦକ୍ଷେପ ନେଲେ ଏହି ଖେଳାଳି

ଜାମସେଦ୍‌ପୁର,୧୧।୮: ନବବିବାହିତ ସ୍ତ୍ରୀଙ୍କ ସହ ଝଗଡା ହେବାରୁ ଜଣେ ଜାତୀୟସ୍ତରର ହ୍ୟାଣ୍ଡବଲ ଖେଳାଳି ବ୍ୟକ୍ତିଗତ ରିଭଲଭର ସାହାଯ୍ୟରେ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି। ଜାମସେଦପୁରର ଗୋଲମୁରୀରେ ସହକାରୀ ସବ ଇନ୍ସପେକ୍ଟର ତରୁଣ ପାଣ୍ଡେ କ୍ରୀଡା କୋଟା ଅଧୀନରେ ପୋଲିସରେ ଚାକିରି ପାଇଥିଲେ। ସେ ପଦୋନ୍ନତି ପାଇ ସହକାରୀ ସବ ଇନ୍ସପେକ୍ଟର ହୋଇଥିଲେ। ସେ ଦୁଇମାସ ପୂର୍ବେ ବିବାହ କରିଥିଲେ। ସ୍ତ୍ରୀଙ୍କ ସହ ଗୋଲମୁରୀ ପୋଲିସ ଲାଇନରେ ଥିବା ଫ୍ଲାଟର ତୃତୀୟ ମହଲାରେ ରହୁଥିଲେ। ତରୁଣ ପ୍ରଥମେ କନଷ୍ଟେବଳ ଥିଲେ ଏବଂ ତାଙ୍କୁ ଏଏସଆଇ ପଦରେ ପଦୋନ୍ନତି ଦିଆଯାଇଥିଲା। ପଦୋନ୍ନତି ପରେ ଡ୍ୟୁଟି କରୁଥିଲେ। କିନ୍ତୁ କିଛି ଦିନ ହେବ ସେ କ୍ୱାରାଣ୍ଟାଇନରେ ରହୁଥିଲେ। ସୋମବାର ଅପରାହ୍ନରେ ସ୍ତ୍ରୀଙ୍କ ସହ କିଛି କାରଣକୁ ନେଇ ଝଗଡା ହୋଇଥିଲା। ପରେ ସେ ନିଜ ରିଭଲଭରରୁ ଗଳି ଚଳାଇ ଆତ୍ମହତ୍ୟା କରିଥିଲେ। ଗୁଳିର ଶବ୍ଦ ଶୁଣି ତାଙ୍କ ସ୍ତ୍ରୀ ଚିତ୍କାର କରିଥିଲେ। ତାଙ୍କ ସ୍ବର ଶୁଣିବା ପରେ ପଡୋଶୀମାନେ ଦୌଡ଼ିଯାଇ ତରୁଣଙ୍କୁ ରକ୍ତାକ୍ତ ଅବସ୍ଥାରେ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଏବେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share