ଜାତୀୟ ସ୍ତରୀୟ ବିକଶିତ ଭାରତ ଯୁବ ପାର୍ଲିଆମେଣ୍ଟ:ମା’ ମାଣିକେଶରୀ ବିଶ୍ୱବିଦ୍ୟାଳୟର ସୁହାନୀ ମନୋନୀତ

ଭବାନୀପାଟଣା,୩୧।୩(ଉତ୍ତମ କୁମାର ଦାଶ): ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିକଶିତ ଭାରତ ଯୁବ ପାର୍ଲିଆମେଣ୍ଟ ଅବସରରେ ଗତ ୨ ଦିନ ଧରି ଓଡ଼ିଶା ବିଧାନ ସଭା ଗୃହରେ ଯୁବକମାନଙ୍କୁ ନେଇ ଏକ ବକୃତା ହୋଇଥିଲା। ଏଥିରେ ଯୁବ ଶକ୍ତି କିଭଳି ନେତୃତ୍ୱ ନେଇ ଦେଶର ପ୍ରଗତିରେ ସହାୟକ ହେବେ ତାହା ଉପରେ ବିଷୟ ବସ୍ତୁ ରହିଥିଲା। ଏପରି ସ୍ଥଳେ ଭବାନୀପାଟଣା ମା’ ମାଣିକେଶରୀ ବିଶ୍ୱବିଦ୍ୟାଳୟ ସ୍ନାତକ ଦ୍ୱିତୀୟ ବର୍ଷ ପଦାର୍ଥ ବିଜ୍ଞାନର ଛାତ୍ରୀ ସୁଶ୍ରୀ ସୁହାନୀ ନାଏକ ଅଂଶ ଗ୍ରହଣ କରି ଉଚ୍ଚ କୋଟିର ବକୃତା ଉପସ୍ଥାପନା କରି ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ସଫଳତା ପାଇଁ ସେ ଜାତୀୟ ସ୍ତରୀୟ ବିକଶିତ ଭାରତ ଯୁବ ପାର୍ଲିଆମେଣ୍ଟ ୨୦୨୫ ପାଇଁ ମନୋନୀତ ହୋଇଛନ୍ତି । ପ୍ରକାଶ ଥାଉ କି, ଏହା ପୂର୍ବରୁ ସୁହାନୀ ଅନେକ ଥର ରାଜ୍ୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଶ୍ୱବିଦ୍ୟାଳୟର ଗୌରବ ଆଣିଛନ୍ତି । ଏହି ସଫଳତା ପରେ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଡ. ନିବେଦିତା ନାଥଙ୍କ ସହିତ ସମସ୍ତ କର୍ମଚାରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବ ଲେଖକ ସମ୍ମିଳନୀରେ ମତପ୍ରକାଶ: ଯୁବପିଢିଙ୍କ ଲେଖନୀ ମୁନରେ ସମୃଦ୍ଧ ହେବ ଓଡ଼ିଆ ଭାଷା ସାହିତ୍ୟ

ବରଗଡ,୧୧।୪(ପ୍ରେମାନନ୍ଦ ଖମାରୀ): ଭଲ କାହାଣୀ, ଭଲ ନାଟକ ଏବଂ ଭଲ କବିତା ଦ୍ଵାରା ଓଡ଼ିଆ ଭାଷା ତିଷ୍ଠି ରହିପାରିବ । ଯୁବପିଢ଼ିଙ୍କ ମଧ୍ୟରେ ଓଡ଼ିଆ ଭାଷା...

କାଳବୈଶାଖୀ ପ୍ରଭାବରେ ବର୍ଷା: ଲିଭିଲା ଜଙ୍ଗଲ ନିଆଁ

ମାଲକାନଗିରି,୧୧।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାର ବିଭିନ୍ନ ଅଞ୍ଚଳରେ ଗୁରୁବାର କକାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ବନାଞ୍ଚଳରେ ଜଙ୍ଗଲରେ ଲାଗିଥିବା ନିଆଁ ଲିଭିଯାଇଛି...

ଦଣ୍ଡଯାତ୍ରାରେ ଜଙ୍ଗଲ ସୁରକ୍ଷା ବର୍ତ୍ତା

ବାଲିଗୁଡ଼ା,୧୧ା୪ (ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ମା’ ଦକ୍ଷିଣକାଳୀ ଦଣ୍ଡନୃତ୍ୟ କମିଟି ପକ୍ଷରୁ ବିଭିନ୍ନ ୱାର୍ଡର କାମନାକାରୀଙ୍କ ଘରକୁ ମା’ ବିରାଜମାନ କରି ଦଣ୍ଡଯାତ୍ରା ଅନୁଷ୍ଠିତ...

ସ୍ବାସ୍ଥ୍ୟ କାର୍ଡ ଦାବି କଲେ ହସ୍ପିଟାଲ କର୍ମଚାରୀ

ଛତ୍ରପୁର,୧୧ା୪(ସନ୍ତୋଷ ପାଢ଼ୀ): ସରକାରୀ କର୍ମଚାରୀଙ୍କୁ କ୍ୟାଶଲେସ୍‌ ସ୍ବାସ୍ଥ୍ୟ ବୀମାରେ ସାମିଲ ସହ ପୁରୁଣା ହାରରେ ପେନସନ ପ୍ରଦାନ କରିବାକୁ ଛତ୍ରପୁର ହସ୍ପିଟାଲର କର୍ମଚାରୀମାନେ ଦାବି କରିଛନ୍ତି।...

କାର୍ଡ ବଦଳାଇ ମହିଳାଙ୍କ ଆକାଉଣ୍ଟରୁ ନେଇଗଲେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା

ଖଲ୍ଲିକୋଟ,୧୧ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏଟିଏମରୁ ଟଙ୍କା ଉଠାଇବା ବେଳେ ଜଣେ ମହିଳାଙ୍କ ଏଟିଏମ୍‌ କାର୍ଡକୁ କୌଶଳକ୍ରମେ ବଦଳାଇ ଜଣେ ଦୁର୍ବତ୍ତ ଲକ୍ଷାଧିକ...

ବେଶି ନୁହେଁ କେବଳ ଏହି ଗୋଟିଏ  କାରଣ ପାଇଁ  ନବୀନ ଲାଗୁ କଲେନି ଆୟୁଷ୍ମାନ ଭାରତ: ସବୁ ଗୁମର ଖୋଲିଦେଲେ ନଡ୍ଡା

କଟକ,୧୧।୪: ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ହୋଇଛି। ଆୟୁଷ୍ମାନ ଭାରତ ସହ ଆୟୁଷ୍ମାନ ବୟୋ ବନ୍ଦନାର ଶୁଭାରମ୍ଭ  କଟକରେ  କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ...

୫ ପଞ୍ଚାୟତରେ ଆରମ୍ଭ ହେଲା ଆୟୁଷ୍ମାନ ଭାରତ ଯୋଜନା

ପାଟଣା,୧୧।୪(ବୀର କିଶୋର ଦାଶ):ଓଡିଶାବାସୀଙ୍କ ବହୁପ୍ରତୀକ୍ଷିତ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ସଂଯୁକ୍ତ ଯୋଜନାର ସାସ୍ଥ୍ୟ କାର୍ଡ ଶୁଭାରମ୍ଭ ହୋଇଛି।...

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୬ ଦୋକାନ

କୃଷ୍ଣପ୍ରସାଦ,୧୧।୪: ପୁରୀ ଜିଲା କୃଷ୍ଣପ୍ରସାଦ ଜହ୍ନିକୁଦା ଘାଟପେଣ୍ଠରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୬ଟି ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image