ନୂଆଦିଲ୍ଲୀ,୧୪।୮: କଂଗ୍ରେସ ନେତା ତଥା ଏମ୍ପି ଅଧୀର ରଞ୍ଜନ ଚୌଧୁରୀଙ୍କୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ଲୋକ ସଭାରୁ ନିଲମ୍ବିତ କରାଯାଇଛି। ଲୋକ ସଭାର ଏକ କମିଟି ଶୁକ୍ରବାର ଅଧୀର ରଞ୍ଜନଙ୍କ ବିରୋଧରେ ହୋଇଥିବା ଅସଦାଚରଣ ଅଭିଯୋଗର ଯାଞ୍ଚ କରିବ।
ଲୋକ ସଭା ବାଚସ୍ପତି ଅଧୀର ରଞ୍ଜନ ଚୌଧୁରୀଙ୍କ ନିଲମ୍ବନକୁ ସେ ପର୍ଯ୍ୟନ୍ତ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି, ଯେ ପର୍ଯ୍ୟନ୍ତ ଲୋକ ସଭାର ଏକ ସ୍ବତନ୍ତ୍ର କମିଟି ତାଙ୍କ ମାମଲାର ତଦନ୍ତ କରି ଗୃହକୁ ରିପୋର୍ଟ ନ କରିବା ପର୍ଯ୍ୟନ୍ତ ଏହି ନିଲମ୍ବନ ଜାରି ରହିବ। ଗୃହରେ ତାଙ୍କର ଅସଦାଚରଣ ଅଭିଯୋଗ, ଦେଶର ଭାବମୂର୍ତ୍ତିକୁ ଭୁଲ ଭାବରେ ଉପସ୍ଥାପନ କରିବା ଏବଂ ଗୃହର ପ୍ରକ୍ରିୟାରେ ବାରମ୍ବାର ବାଧା ସୃଷ୍ଟି କରିବା ଅଭିଯୋଗରେ ଅଧୀର ରଞ୍ଜନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।