Categories: ଜାତୀୟ

ସ୍ବାଭାବିକ ହେଉଛି ମଣିପୁର, ହଟିଲା ଏନ୍‌ଏଚ୍‌-୩୭ ଉପରେ ଲଗାଯାଇଥିବା ନାକାବନ୍ଦୀ

ଇମ୍ଫାଲ,୨୨।୮: ମଣିପୁରର ଅବସ୍ଥା ସ୍ବାଭାବିକ ଅବସ୍ଥାକୁ ଆସୁଥିବା ଜଣାପଡିଛି। ଆସାମର ସିଲଚର ସହିତ ରାଜଧାନୀ ଇମ୍ଫାଲକୁ ସଂଯୋଗ କରୁଥିବା ଜାତୀୟ ରାଜପଥ -୩୭ ଉପରେ ଏକ ଆଦିବାସୀ ଗୋଷ୍ଠୀ ଦ୍ୱାରା ଲଗାଯାଇଥିବା ନାକାବନ୍ଦୀକୁ ହଟାଇ ଦିଆଯାଇଛି। ଲୋକେ ଏବେ ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ। ପୋଲିସ ଏହା ସହିତ କିଛି ଜିଲାରେ ଯାଞ୍ଚ ଅଭିଯାନ ମଧ୍ୟରେ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଜବତ କରିଛି।

 

Share