‘ଜାତୀୟ ଗଣିତ ଦିବସ’

ପ୍ରତି ବର୍ଷ ଡିସେମ୍ବର ୨୨ ତାରିଖକୁ ‘ଜାତୀୟ ଗଣିତ ଦିବସ’ ଭାବରେ ପାଳନ କରାଯାଇଥାଏ। ସେ ସମ୍ପର୍କରେ ଉପସ୍ଥାପନା…

ବିଶିଷ୍ଟ ଗାଣିତିକ ଶ୍ରୀନିବାସ ରାମାନୁଜନଙ୍କ ଜନ୍ମଦିନ (ଡିସେମ୍ବର ୨୨)କୁ ଜାତୀୟ ଗଣିତ ଦିବସ ଭାବରେ ପାଳନ କରାଯାଇଥାଏ। ଏହି ବିଶିଷ୍ଟ ବ୍ୟକ୍ତି ୧୮୮୭ ମସିହାର ଏହି ଦିନରେ ତାମିଲନାଡୁର କୁମ୍ବାକୋନମସ୍ଥିତ ଇରୋଡ୍‌ରେ ଭୂମିଷ୍ଠ ହୋଇଥିଲେ। ତାଙ୍କ ପିତା ଶ୍ରୀନିବାସ କୁମ୍ବାକୋନମ୍‌ରେ ଥିବା ଗୋଟିଏ ଲୁଗା ଦୋକାନରେ କିରାଣି ଚାକିରି କରୁଥିଲେ। ବାଲ୍ୟକାଳରୁ ରାମାନୁଜନଙ୍କ ଗଣିତ ପ୍ରତିଭାର ପରିଚୟ ମିିଳିଥିଲା। ଏପରି କି ତାଙ୍କୁ ଯେତେବେଳେ ମାତ୍ର ୧୨ ବର୍ଷ ବୟସ ହୋଇଥିଲା, ସେତେବେଳେ ‘କୁମ୍ବାକୋନମର ବିସ୍ମୟ ବାଳକ’ ଭାବରେ ଲୋକ ତାଙ୍କୁ ଜାଣି ନେଇଥିଲେ। ୧୭ବର୍ଷ ବୟସରେ ୧୯୦୩ ମସିହାରେ ସେ ମାଟ୍ରିକ ପାସ୍‌ କଲେ। ହେଲେ ଦାରିଦ୍ର୍ୟ ଯୋଗୁ ରାମାନୁଜନଙ୍କୁ କଲେଜରେ ପଢ଼େଇବା ନିମନ୍ତେ ତାଙ୍କ ବାପା ଆଦୌ ରାଜି ନ ଥିଲେ। ଶେଷରେ ରାମାନୁଜନଙ୍କ ଗଣିତ ପ୍ରତିଭାରେ ମୁଗ୍ଧ ହୋଇ ସେ କୁମ୍ବାକୋନମ୍‌ କଲେଜରେ ତାଙ୍କ ପଢ଼ିବା ପାଇଁ ଏକ ବୃତ୍ତିର ବ୍ୟବସ୍ଥା କରିଦେଲେ। ରାମାନୁଜନ କଲେଜରେ କେବଳ ଗଣିତ ପଢ଼ିବାରେ ନିମଗ୍ନ ରହୁଥିଲେ ଫଳରେ ଅନ୍ୟ ବିଷୟଗୁଡିକ ପଢ଼ିବା ପାଇଁ ସେ ଧ୍ୟାନ ଦେଇ ପାରିଲେ ନାହିଁ। ଫଳରେ ପ୍ରଥମ ବର୍ଷରୁ ଦ୍ୱିତୀୟ ବର୍ଷକୁ ସେ ଉତ୍ତୀର୍ଣ୍ଣ ହୋଇପାରିଲେ ନାହିଁ । ତେଣୁ ତାଙ୍କର ବୃତ୍ତି କଟିଗଲା। ଏହି ଲଜ୍ଜାରେ ସେ କାହାକୁ ମୁହଁ ଦେଖାଇ ନ ପାରି ଘର ଛାଡି ଚାଲିଗଲେ। କିଛି ସପ୍ତାହ ବୁଲାବୁଲି କରି ମନ ଦୁଃଖରେ ପୁଣି ଘରକୁ ଫେରିଲେ। ଏତିକି ବେଳେ ଭାଗ୍ୟଦେବୀ ତାଙ୍କ ପ୍ରତି ପ୍ରସନ୍ନ ହେଲେ। କୁମ୍ବାକୋନମ୍‌ କଲେଜ ତାଙ୍କୁ ପୁନର୍ବାର ପଢ଼ିବାର ସୁଯୋଗ ଦେଲା। ମାତ୍ର ଦୁର୍ଭାଗ୍ୟ ଯେ ସେ କ୍ଲାସରେ ଉପସ୍ଥାନ ଅଭାବରୁ ବାର୍ଷିକ ପରୀକ୍ଷା ଦେଇପାରିଲେ ନାହିଁ। ତେଣୁ କୁମ୍ବାକୋନମ୍‌ ପରିତ୍ୟାଗ କରି ସେ ମାନ୍ଦ୍ରାଜ (ବର୍ତ୍ତମାନର ଚେନ୍ନାଇ) ସହରକୁ ପଳେଇଲେ ଏବଂ ସେଠାରେ ଅନ୍ୟ ଏକ କଲେଜରେ ନାମ ଲେଖାଇଲେ। କିନ୍ତୁ ପାଠରେ ସେ ସଫଳ ହୋଇପାରିଲେ ନାହିଁ। ହେଲେ ଗଣିତ କ୍ଷେତ୍ରରେ ସେ ଆଗକୁ ମାଡି ଚାଲିଲେ। ପରୀକ୍ଷାରେ ଅକୃତକାର୍ଯ୍ୟ ହେବା ଦେଖି ତାଙ୍କର ବାପା ଭାବିଲେ ଯେ, ରାମାନୁଜନଙ୍କର ବାହାଘର କରାଇ ଦେଲେ ତା’ର ଗଣିତ ପ୍ରତି ପାଗଳାମି ଛାଡିଯିବ। ବାହାଘର ସିନା ହୋଇଗଲା, ହେଲେ ପରିବାରକୁ କିପରି ଚଳାଇବେ ସେ ନେଇ ସତେ ଯେମିତି ରାମାନୁଜନଙ୍କ ମୁଣ୍ଡ ଉପରେ ତାହା ଅତିରିକ୍ତ ବୋଝ ସଦୃଶ ହୋଇଯାଇଥିଲା। ଯାହାହେଉ ୧୯୧୨ରେ ମାନ୍ଦ୍ରାଜ ପୋର୍ଟ ଟ୍ରଷ୍ଟ ଅଫିସରେ କନିଷ୍ଠ କିରାଣି ଭାବରେ ସେ ଯୋଗଦେଲେ। ମାସକୁ ଦରମା ମାତ୍ର ୨୫ ଟଙ୍କା। ସେତେବେଳେ ଏହି ପୋର୍ଟ ଟ୍ରଷ୍ଟର ଚେୟାରମ୍ୟାନ୍‌ ଥିଲେ ସାର୍‌ ଫ୍ରାନସିସ ସ୍ପ୍ରିଙ୍ଗ୍‌। ସେ ରାମାନୁଜନଙ୍କ ଗଣିତ ପ୍ରେମ ଦେଖି ଅଭିଭୂତ ହୋଇପଡିଲେ। ସେ ରାମାନୁଜନଙ୍କୁ ପରିଚିତ କରାଇଦେଲେ ଅନ୍ୟତମ ଗଣିତଜ୍ଞ ତଥା ଭାରତୀୟ ପାଣିପାଗ ବିଜ୍ଞାନର ମୁଖ୍ୟ ଡକ୍ଟର ଗିଲବର୍ଟ ଓ୍ବାକରଙ୍କ ସହ। ରାମାନୁଜନଙ୍କ ଗଣିତ ଖାତା ଦେଖି ତାଙ୍କର ବିସ୍ମୟର ସୀମା ରହି ନ ଥିଲା। କ୍ୟାମ୍ବ୍ରିଜ ଟ୍ରିନିଟି କଲେଜର ଗଣିତଜ୍ଞ ପ୍ରଫେସର ଜି.ଏସ. ହାର୍ଡିଙ୍କ ସହ ଯୋଗାଯୋଗ କରିବାକୁ ସେ ତାଙ୍କୁ ପରାମର୍ଶ ଦେଇଥିଲେ। ତା’ସହ ରାମାନୁଜନଙ୍କ ପାଇଁ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟରୁ ଏକ ବୃତ୍ତିର ବ୍ୟବସ୍ଥା ମଧ୍ୟ କରିଦେଇଥିଲେ। ତା’ପରେ ହାର୍ଡିଙ୍କ ସହଯୋଗରେ ମାନ୍ଦ୍ରାଜ ବିଶ୍ୱବିଶ୍ୱବିଦ୍ୟାଳୟରୁ ବାର୍ଷିକ ୨୫୦ ପାଉଣ୍ଡ ବୃତ୍ତି ପାଇ ରାମାନୁଜନ କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟକୁ ଯାତ୍ରା କରିଥିଲେ। ରାମାନୁଜନ ଇଂଲଣ୍ଡରେ ପାଞ୍ଚ ବର୍ଷ ରହିଥିଲେ। ସେହି ସମୟ ଭିତରେ ସେ ପ୍ରକାଶ କରିଥିଲେ ଅତି ଉଚ୍ଚମାନର ଗବେଷଣା ଆଧାରିତ ୨୧ଟି ମୌଳିକ ଗଣିତ ପ୍ରବନ୍ଧ। ଗାଣିତିକ ବିଶ୍ଳେଷଣ, ସଂଖ୍ୟାତତ୍ତ୍ୱ, ଅନନ୍ତକ୍ରମ ଇନ୍‌ଫାଇନାଇଟ୍‌ ସିରିଜ୍‌, ଆବୃତ୍ତ ଭଗ୍ନାଂଶ ବା କଣ୍ଟିନ୍ୟୁଡ୍‌ ଫ୍ରାକସନ ଇତ୍ୟାଦି କ୍ଷେତ୍ରରେ ତାଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଅବଦାନ। ମାତ୍ର ସଂଖ୍ୟାତତ୍ତ୍ୱ ପ୍ରତି ଥିଲା ତାଙ୍କର ସ୍ବତନ୍ତ୍ର ଆକର୍ଷଣ। ଗଣିତ କ୍ଷେତ୍ରରେ ଏପରି ଉଲ୍ଲେଖନୀୟ ଅବଦାନ ପାଇଁ ସେ ମାତ୍ର ୩୦ବର୍ଷ ବୟସରେ ଫେଲୋ ଅଫ୍‌ ଦ ରୟାଲ ସୋସାଇଟି ଏବଂ ଫେଲୋ ଅଫ ଟ୍ରିନିଟି କଲେଜ ସମ୍ମାନରେ ସମ୍ମାନିତ ହୋଇଥିଲେ।
ପ୍ରଖ୍ୟାତର ଅଧିକାରୀ ହେବା ସତ୍ତ୍ୱେ ସ୍ବାସ୍ଥ୍ୟ ରାମାନୁଜନଙ୍କୁ ଧୋକା ଦେଇଥିଲା। ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ହସ୍‌ପିଟାଲରେ ଭର୍ତ୍ତି ହେଲେ। ହେଲେ ଦିନକୁ ଦିନ ତାଙ୍କ ସ୍ବାସ୍ଥ୍ୟାବସ୍ଥାର ଅବନତି ଘଟିଲା ଏବଂ ଶେଷରେ ମାତ୍ର ୩୨ ବର୍ଷ ବୟସରେ, ୧୯୨୦ ମସିହାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଚଳିତବର୍ଷ ତାଙ୍କ ମୃତ୍ୟୁର ଶତବାର୍ଷିକୀ ପାଳନ କରାଯାଉଛି।
-ଅଭୀପ୍‌ସା, ପ୍ଲଟ ନଂ-୧୧୩୧, ସେକ୍ଟର-୬,
ଅଭିନବ ବିଡାନାସୀ, କଟକ
ମୋ : ୮୨୩୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ଏହି ୫ ଅଭ୍ୟାସ କରିଦେବ ଘରକୁ ବରବାଦ୍‌,ଜାଣନ୍ତୁ ଏଭଳି କାହିଁକି କହିଛନ୍ତି ଚାଣକ୍ୟ…

ଚାଣକ୍ୟଙ୍କୁ ଶ୍ରେଷ୍ଠ ବିଦ୍ୱାନ ଭାବେ ଗଣାଯାଏ। ରାଜନୀତିଠାରୁ ଆରମ୍ଭ କରି କୁଟନୀତି ପର୍ଯ୍ୟନ୍ତ ସବୁଥିରେ ସେ ପାରଙ୍ଗମ ଥିଲେ । ଚାଣକ୍ୟ ନିଜର ଅନୁଭବ ଅନୁସାରେ...

ବୟସ୍କ ବ୍ୟକ୍ତି ଓ ନୀରୋଗ ଶରୀର

ସ୍ବାସ୍ଥ୍ୟ ହିଁ ସମ୍ପଦ। ସୁସ୍ଥ ବ୍ୟକ୍ତିର ସ୍ବାସ୍ଥ୍ୟ ରକ୍ଷାକରିବା ଓ ରୋଗୀର ରୋଗକୁ ଦୂର କରିବା ପାଇଁ ଆବଶ୍ୟକ ଦ୍ରବ୍ୟ ପ୍ରକୃତି ମାଆ କୋଳରେ ମହଜୁଦ...

କିଡ୍‌ନୀ ଫେଲ୍‌ ହୋଇଥିଲେ ଦେଖାଦିଏ ଏସବୁ ଲକ୍ଷଣ

କିଡ୍‌ନୀ ଏପରି ଏକ ଅଙ୍ଗ ଯାହାର କାର୍ଯ୍ୟ ଅକ୍ଷମତା ଅନେକ ଡେରିରେ ଧରାପଡ଼େ। ଅଙ୍ଗଟି ପ୍ରାୟ ୮୦-୯୦ ଶତାଂଶ ଅକ୍ଷମ ନ ହୋଇପଡ଼ିବାର ପୂର୍ବ ପର୍ଯ୍ୟନ୍ତ...

ସମୁଦ୍ର ତଳେ ଜୀବନର ରହସ୍ୟ ଖୋଜୁଛି ନାସା

ଆମ ପୃଥିବୀର ମାତ୍ର ଏକ-ଚତୁର୍ଥାଂଶ ସ୍ଥଳଭାଗ ଏବଂ ବାକି ତିନି-ଚତୁର୍ଥାଂଶ ଭାଗ ଜଳ, ଯାହା ସମୁଦ୍ର ମହାସମୁଦ୍ରରେ ପରିପୂର୍ଣ୍ଣ। ଏହି ବିଶାଳ ଜଳଭାଗର ମହାସାଗର ତଳ...

ଏବେ ବି ଓଠରେ ହସ ଖେଳାଇଦିଏ

ମୋର ଜନ୍ମ ଏକ ମଫସଲ ଗାଁରେ। ନିମ୍ନ ମଧ୍ୟବିତ୍ତ ପରିବାର। ବାପା ଶିକ୍ଷକ। ମଧ୍ୟବିତ୍ତ ପରିବାରର ଏକ ବିଶେଷତ୍ୱ ଯାହା ସଚରାଚର ଦୃଷ୍ଟିଗୋଚର ହୁଏ ତା’ହେଲା...

ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତିକୁ ଘରେ ରଖୁଥିଲେ କେଉଁଠି ରଖିବେ ନିହାତି ଜାଣନ୍ତୁ

ଲାଫିଙ୍ଗ୍‌ ବୁଦ୍ଧଙ୍କୁ ଖୁସି ଓ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ। ସେଥିପାଇଁ ଘରେ ତାଙ୍କର ମୂର୍ତ୍ତି ରଖିଲେ ପରିବାରରେ ସୁଖଶାନ୍ତି ବୃଦ୍ଧି ପାଇବା ସହ ନକାରାତ୍ମକ...

ଅସୁବିଧାରେ ପଡ଼ିଲେ ମଣିଷ ବାଧ୍ୟ ହୁଏ କରଜ କରିବାକୁ କରଜରୁ ମୁକ୍ତି ଚାହୁଁଥିଲେ

ଅସୁବିଧାରେ ପଡ଼ିଲେ ମଣିଷ ବାଧ୍ୟ ହୁଏ କରଜ କରିବାକୁ। ଆଉ ଠିକ୍‌ ସମୟରେ ଶୁଝିଦେଲେ ମନକୁ ଶାନ୍ତି ମିଳେ। କିନ୍ତୁ ବେଳେବେଳେ ଦେଖାଯାଏ, ଯେତେ ଚାହିଁଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri