ବେଦାନ୍ତ ପକ୍ଷରୁ ଜାତୀୟ ପୋଷଣ ମାସ

ଭୁବନେଶ୍ୱର,୮।୧୦: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଜାତୀୟ ପୋଷଣ ମାସ ନିକଟରେ ପାଳିତ ହୋଇଯାଇଛି। ଏପରିକି ଏହା ସମ୍ପୂର୍ଣ୍ଣ ଗୋଷ୍ଠୀ କଲ୍ୟାଣ ଭିତ୍ତିକ କାର୍ଯ୍ୟକ୍ରମ ହୋଇଥିଲାବେଳେ ଶିଶୁ, କିଶୋର ଓ ମା’ ମାନଙ୍କ ପାଇଁ ସନ୍ତୁଳିତ ଖାଦ୍ୟର ମହତ୍ତ୍ୱ ଓ ପୁଷ୍ଟିକର ଖାଦ୍ୟ ନିଶ୍ଚିତ କରିବା ଲାଗି କମ୍ପାନୀ ପକ୍ଷରୁ ବ୍ୟାପକ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବେଦାନ୍ତ ଝାରସୁଗୁଡା ୟୁନିଟ ପକ୍ଷରୁ ଏକ ସ୍ବତନ୍ତ୍ର ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ଅପରପକ୍ଷରେ ପ୍ରତି ବର୍ଷ ଅକ୍ଟୋବର ମାସକୁ ଭାରତ ସରକାର ପୋଷଣ ମାସ ଭାବେ ପାଳନ କରିଥାନ୍ତି। ଚଳିତ ବର୍ଷର ପୋଷଣ ଶୀର୍ଷକ ହେଉଛି ‘ସମସ୍ତଙ୍କ ପାଇଁ ପୁଷ୍ଟିକର ଖାଦ୍ୟ’।
ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ମୁଖ୍ୟ ପରିଚାଳନା ଅଧିକାରୀ ସୁନୀଲ ଗୁପ୍ତା କହିଛନ୍ତି, ଆମ ଗୋଷ୍ଠୀର କଲ୍ୟାଣ ପାଇଁ ପୁଷ୍ଟିକର ଖାଦ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିଲାବେଳେ ଆମେ ଏକ ସ୍ଥାୟୀ ପ୍ରଭାବ ସୃଷ୍ଟି କରିବାକୁ ଉତ୍ସର୍ଗୀକୃତ ରହିଛୁ।ଏପରିକି ସ୍ଥାନୀୟ ଗୋଷ୍ଠୀ ମଧ୍ୟରେ ପୁଷ୍ଟିକର ଖାଦ୍ୟ ବିଷୟରେ ସଚେତନ ସୃଷ୍ଟି କରିବା ଓ ସ୍ବାସ୍ଥ୍ୟକର ଅଭ୍ୟାସ ଗ୍ରହଣ ପ୍ରତି ଆବଶ୍ୟକ ପଦକ୍ଷେପ ଆମର ପ୍ରତିବଦ୍ଧତା ଓ ସଭିଙ୍କୁ ସୁସ୍ଥ ରଖିବା ପ୍ରତି ଆମର ଭବିଷ୍ୟତ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନଭେମ୍ବର ୧୫ରେ ସରିବ ପିଜିଡିଏସ୍‌ର ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର,୮।୧୦: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଫେସର ଘନଶ୍ୟାମ ଦାଶ ସ୍କଲାରଶିପ୍‌ (ପିଜିଡିଏସ୍‌) ର ୨୦ତମ ସଂସ୍କରଣ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ନିବେଶକ ହରାଇଲେ ୯ଲକ୍ଷ କୋଟି

ମୁମ୍ବାଇ,୮।୧୦: ଅନ୍ତଃରାଷ୍ଟ୍ରୀୟ ଘଟଣାବଳୀ ସାଙ୍ଗକୁ ଦରବୃଦ୍ଧି ଜନିତ ମାନ୍ଦାବସ୍ଥାର ପ୍ରଭାବ ଭାରତୀୟ ପୁଞ୍ଜି ବଜାର କାରବାର ଉପରେ ପଡୁଛି। ଫଳରେ ଘରୋଇ ଶେୟାର ବଜାରର ନିବେଶକମାନେ...

ଡ୍ରିମ୍‌ସରେ ହ୍ୟୁଣ୍ଡାଇ ମୋଟର୍ସର କ୍ୟାମ୍ପସ ଚୟନ

ଭୁବନେଶ୍ୱର,୮।୧୦ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଡ୍ରିମ୍‌ସ ଶିଳ୍ପ ତାଲିମ କେନ୍ଦ୍ର (ଡ୍ରିମ୍‌ସ ଆଇଟିଆଇ)ର ସଂଖ୍ୟାଧିକ ଛାତ୍ର ରେକର୍ଡସଂଖ୍ୟକ କ୍ୟାମ୍ପସ ନିଯୁକ୍ତି...

ସଚିନ ବିଓବିର ଗ୍ଲୋବାଲ ବ୍ରାଣ୍ଡ୍‌ ଆମ୍ବାସାଡର

ନୂଆଦିଲ୍ଲୀ,୮।୧୦: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ଗ୍ଲୋବାଲ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ କିମ୍ବଦନ୍ତୀ କ୍ରିକେଟିୟର ସଚିନ ତେନ୍ଦୁଲକରଙ୍କୁ ଚୟନ କରାଯାଇଛି। ଏପରିକି ସଚିନଙ୍କୁ ନେଇ ବ୍ୟାଙ୍କ ପକ୍ଷରୁ...

ଜି୬ ହସ୍ପିଟାଲିଟିକୁ ଅଧିଗ୍ରହଣ କରିବ ଓରାଭେଲ ଷ୍ଟେଜ

ନୂଆଦିଲ୍ଲୀ,୮।୧୦: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଓରାଭେଲ ଷ୍ଟେଜ୍‌ ଏବଂ ଜି୬ ହସ୍ପିଟାଲିଟି ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ପୁଣି ରେକର୍ଡ ଭାଙ୍ଗିଲା ସୁନା ମୂଲ୍ୟ: ଖୁବଶୀଘ୍ର ପାର କରିଯିବ ୮୦ ହଜାର

ମୁମ୍ବାଇ,୭।୧୦: ବଢିଚାଲିଛି ସୁନା ଦାମ୍। ସୋମବାର ପୁଣି ରେକର୍ଡ ଭାଙ୍ଗିଛି ସୁନା ମୂଲ୍ୟ। ସୋମବାର ସୁନା ମୂଲ୍ୟରେ ୨୫୦ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମକୁ...

ଯୁଦ୍ଧ ପରେ ଚାଇନା ପ୍ରଭାବ: ତଳମୁହାଁ ଭାରତୀୟ ପୁଞ୍ଜି ବଜାର, ଲକ୍ଷାଧିକ କୋଟି ଟଙ୍କା ହରାଇଲେଣି ନିବେଶକ

ମୁମ୍ବାଇ,୭।୧୦: ମଧ୍ୟପ୍ରାଚ୍ୟ ବଡ଼ ଯୁଦ୍ଧାମୁହାଁ ହେଉଥିବା ବେଳେ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ପ୍ରଭାବରେ ଆମେରିକା, ୟୁରୋପ ସମେତ ଏସିଆ ପୁଞ୍ଜି...

କୋଇଲାରୁ ବିଦ୍ୟୁତ୍‌ ଉତ୍ପାଦନ ବନ୍ଦ କରିବାରେ ଇଂଲଣ୍ଡ ପ୍ରଥମ

ଭୁବନେଶ୍ୱର,୭।୧୦(ଅନୁରାଧା ମହାରଣା): ଅକ୍ଟୋବର ପହିଲାରେ ଇଂଲଣ୍ଡ (ୟୁକେ) ଏହାର ଶେଷ କୋଇଲା ଭିତ୍ତିକ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର ବନ୍ଦ କରି କୋଇଲାରୁ ବିଦ୍ୟୁତ୍‌ ଉତ୍ପାଦନକୁ ସମ୍ପୂର୍ଣ୍ଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri