Categories: ଜାତୀୟ

ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନ କମିଟିର ଘୋଷଣା ପରେ ପୂର୍ବତନ ରାଷ୍ଟ୍ରପତି ରାମନାଥଙ୍କୁ ଭେଟିଲେ ନଡ୍ଡା

ନୂଆଦିଲ୍ଲୀ,୧।୯: ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନକୁ ନେଇ କେନ୍ଦ୍ର ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନ ପାଇଁ ଏକ କମିଟି ଗଠନ କରିଛନ୍ତି। ଏହି ଖବର ଆସିବା ପରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କ ବାସଭବନରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି।

ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନ ସାମ୍ନାକୁ ଆସିବା ପରେ ଲୋକ ସଭା ନିର୍ବାଚନର ସମ୍ଭାବନା ବଢିଛି। ସୂତ୍ରରୁ ପ୍ରକାଶ ଯେ, କୋବିନ୍ଦ ଏକକାଳୀନ ଲୋକ ସଭା ତଥା ରାଜ୍ୟ ସଭା ନିର୍ବାଚନ କିପରି ହେବ ତାହାର ସମ୍ଭାବ୍ୟତା ଏବଂ କୌଶଳର ଅନୁସନ୍ଧାନ କରିବେ। ୧୯୬୭ ପର୍ଯ୍ୟନ୍ତ ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନ ହୋଇଥିଲା।

Share