Categories: ଜାତୀୟ

ଜନତାଙ୍କ ସ୍ବର ଚାପି ଦିଆଯାଉଛି: ରାହୁଲ

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ୧୨ ନିଲମ୍ବିତ ଏମ୍‌ପିମାନଙ୍କ ସହ ମଙ୍ଗଳବାର ସଂସଦ ପରିସରରେ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ବିରୋଧ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ସେ ଗଣମାଧ୍ୟମକୁ ସମ୍ବୋଧିତ କରିବାବେଳେ କହିଛନ୍ତି ଯେ, ବିରୋଧୀ ଯେଉଁଠାରେ ବି ସ୍ବର ଉତ୍ତୋଳନ କରିବେ, ସେଠାରେ ଏମ୍‌ପିମାନେ ନିଲମ୍ବିତ ହେବେ। ଯେଉଁ ପ୍ରସଙ୍ଗରେ ଆମେ ବିତର୍କ କରିବାକୁ ଚାହୁଁଛୁ ତାହା ଆମକୁ ଅନୁମତିପ୍ରାପ୍ତ ନୁହେଁ। ତିନୋଟି କିମ୍ବା ଚାରୋଟି ପ୍ରସଙ୍ଗ ଅଛି, ଯାହାର ନାଁ ମଧ୍ୟ ଧରାଯାଉ ନାହିଁ। ୧୩ ଦିନ ଧରି ପ୍ରଧାନମନ୍ତ୍ରୀ ଗୃହକୁ ଆସିନାହାଁନ୍ତି। ଗଣତନ୍ତ୍ର ଚଳାଇବା ପାଇଁ ଏହା ଏକ ଉପାୟ ନୁହେଁ। ଆମେ ଏଠାରେ ପ୍ରଦର୍ଶନ କରୁଛୁ, ଏହା ଗଣତନ୍ତ୍ରର ପ୍ରତୀକ। ନିଲମ୍ବିତ ଏମ୍‌ପିଙ୍କ ସ୍ବରକୁ ଚାପି ଦିଆଯାଇଥିଲା ଏବଂ ସେମାନେ ଏହାକୁ ବିରୋଧ କରି ସଂସଦ ବାହାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସଂସଦରେ ଜାତୀୟ ସ୍ବାର୍ଥ ପ୍ରସଙ୍ଗରେ ଆମକୁ ସ୍ବର ଉତ୍ତୋଳନ କରିବାକୁ ଦିଆଯାଉ ନାହିଁ। ଉତ୍ତେଜନା ମଧ୍ୟରେ ସଂସଦରେ ଲଗାତାର ବିଲ ପାରିତ ହେଉଛି। ଗଣତନ୍ତ୍ର ଚଳାଇବା ପାଇଁ ଏହା ଏକ ପ୍ରକ୍ରିୟା ନୁହେଁ।ୟାଗଣତନ୍ତ୍ରର ଏହା ଏକ ଦୁର୍ଭାଗ୍ୟଜନକ ହତ୍ୟା ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ,ନଭେମ୍ବର ୨୦ରୁ ଆରମ୍ଭ ହୋଇଥିବା ସଂସଦର ଶୀତ ଅଧିବେଶନର ପ୍ରଥମ ଦିନରେ କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ ସମେତ ବିରୋଧୀ ଦଳର ୧୨ ଜଣ ସଦସ୍ୟଙ୍କୁ କୌସୁମୀରେ ‘ଅଶୋଭନୀୟ ଆଚରଣ’ ପାଇଁ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ରାଜ୍ୟ ସଭାରେ ନିଲମ୍ବିତ କରାଯାଇଥିଲା। ଅଧିବେଶନ ନିଲମ୍ବନ ପରଠାରୁ ଏହି ଏମ୍‌ପିମାନେ ସଂସଦ ଚାଲିଥିବା ସମୟରେ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ସଂସଦ ପରିସରରେ ବସିଛନ୍ତି।

Share