ଅଙ୍ଗ ଦାନ କରିବେ ବଲିଉଡର ରକ୍‌ଷ୍ଟାର ରଣବୀର କପୁର

ମୁମ୍ବାଇ, ୨୯।୧୧-ଅଙ୍ଗ ଦାନ କରିବେ ବଲିଉଡର ରକଷ୍ଟାର ରଣବୀର କପୁର। ନଭେମ୍ବର ୨୭ରେ ଜାତୀୟ ଅଙ୍ଗ ଦାନ ଦିବସରେ ଅମର ଗାନ୍ଧୀ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରଣବୀର ଏହି ଘୋଷଣା କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଅଙ୍ଗଦାନ କରିବାକୁ ମୁଁ ନିଷ୍ପତ୍ତି ନେଇଛି । ମୋର ଏହି ପଦକ୍ଷେପ ନିଶ୍ଚିନ୍ତ ରୂପେ ଜଣେ କିମ୍ବା ଦୁଇ ଜଣ ବ୍ୟକ୍ତିଙ୍କ ଜୀବନରେ ପରିବର୍ତ୍ତନ ଆଣିବ। ତାଙ୍କର ଏହି ପଦକ୍ଷେପକୁ ତାଙ୍କ ପ୍ରଶଂସକମାନେ ଖୁବ୍‌ ପ୍ରଶଂସା କରିଛନ୍ତି। ଅନ୍ୟପକ୍ଷରେ ରଣବୀରଙ୍କ ଏହି ନିଷ୍ପତ୍ତି ଉପରେ ତାଙ୍କ ଗାର୍ଲଫ୍ରେଣ୍ଡ ଆଲିଆ ଭଟ୍ଟ ମତ ରଖି କହିଛନ୍ତି, ସାଧାରଣ ଲୋକଙ୍କ ମନରେ ଅଙ୍ଗଦାନକୁ ନେଇ ସଚେତନତା ସୃଷ୍ଟି କରିବା ନିହାତି ଜରୁରୀ। ଫଳରେ ସ୍ବାସ୍ଥ୍ୟ କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆସିବ ବୋଲି ସେ କହିଛନ୍ତି।

Share