Categories: ଜାତୀୟ

୧୨ ଏମ୍‌ପିଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ହେବ ନାହିଁ: ରାଜ୍ୟ ସଭା ଅଧ୍ୟକ୍ଷ

ନୂଆଦିଲ୍ଲୀ,୩୦।୧୧: ରାଜ୍ୟ ସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ୧୨ ଜଣ ସଦସ୍ୟଙ୍କୁ ନିଲମ୍ବିତ କରାଯାଇଛି। ଏହାକୁ ବିରୋଧ କରି ମଙ୍ଗଳବାର ବିରୋଧୀମାନେ ପାର୍ଲାମେଣ୍ଟରେ ହଟ୍ଟଗୋଳ କରିଛନ୍ତି। ରାଜ୍ୟ ସଭା ଆଗରେ ଥିବା ଗାନ୍ଧୀ ପ୍ରତିମା ନିକଟରେ ବିରୋଧୀ ଏମ୍‌ପିମାନେ ଧାରଣା ଦେଇଛନ୍ତି। କଂଗ୍ରେସର ନେତା ମଲ୍ଲିକାର୍ଜୁନ ଖଡଗେ ଏମ୍‌ପିଙ୍କ ନିଲମ୍ବନ ପ୍ରସଙ୍ଗ ଉଠାଇଛନ୍ତି। ଏହି କାର୍ଯ୍ୟକୁ ନିୟମ ବିରୁଦ୍ଧରେ ବୋଲି କହି ସେ ନିଲମ୍ବନ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି। ଏହାକୁ ରାଜ୍ୟ ସଭା ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ଯେ, ଅଧ୍ୟକ୍ଷଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଅଧିକାର ଅଛି ଏବଂ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ।
ସୂଚନାଯୋଗ୍ୟ,ନିଲମ୍ବିତ ସାଂସଦଙ୍କ ମଧ୍ୟରେ ୬ ଜଣ କଂଗ୍ରେସରୁ ଥିବା ବେଳେ, ଦୁଇ ଜଣ ଟିଏମସି, ୨ ଜଣ ଶିବସେନା ଓ ସିପିଏମ ଓ ସିପିଆଇରୁ ଜଣେ ଲେଖାଏ ଅଛନ୍ତି।

Share