Categories: ଜାତୀୟ

ମଝି ଆକାଶରେ ଅସୁସ୍ଥ ହେଲେ ଯାତ୍ରୀ,ବିମାନର ଜରୁରୀ ଅବତରଣ ସତ୍ତ୍ୱେ ବଞ୍ଚିପାରିଲାନି ଜୀବନ

ମୁମ୍ବାଇ,୨୨।୮: ମୁମ୍ବାଇରୁ ରାଞ୍ଚି ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନରେ ଜଣେ ୬୨ବର୍ଷୀୟ ଯାତ୍ରୀଙ୍କର ମଝି ଆକାଶରେ ହଠାତ୍‌ ଅସୁସ୍ଥ ଅନୁଭବ କରିଥିଲେ। ଏପରିକି ଯାତ୍ରୀ ଜଣଙ୍କ ରକ୍ତ ବାନ୍ତି କରିବା ପରେ ନାଗପୁରର ବାବାସାହେବ ଆମ୍ବେଦକର ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ବିମାନକୁ ଜରୁରୀକାଳୀନ ଅବତରଣ କରିଯାଇଥିଲା। ୬୨ ବର୍ଷିୟ ପୁରୁଷ ଯାତ୍ରୀ ଡି ତିୱାରୀଙ୍କୁ ସରକାରୀ ମେଡିକାଲ କଲେଜକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

Share