ପଞ୍ଚାୟତ ସ୍ତରରେ ଜାତୀୟ ପେନ୍‌ସନ ଦିଆଯାଉ: ବିଜେଡି

ଭୁବନେଶ୍ୱର,୨୩ା୬(ଅନିଲଦାସ): ଓଡ଼ିଶାରେ ଜାତୀୟ ପେନ୍‌ସନ ପାଉଥିବା ୨୦ ଲକ୍ଷ ଲୋକ ଅଛନ୍ତି। ଯେଉଁଥିରୁ ୫୦% ଅର୍ଥ ଓଡ଼ିଶା ସରକାର ବହନ କରୁଛନ୍ତି। ବାର୍ଦ୍ଧକ୍ୟ ଏବଂ ଭିନ୍ନକ୍ଷମ ପେନ୍‌ସନ ସମେତ ଜାତୀୟ ପେନ୍‌ସନ ପାଉଥିବା ହିତାଧିକାରୀମାନେ ସେମାନଙ୍କ ପେନ୍‌ସନ ପାଇଁ ଗ୍ରାମାଞ୍ଚଳର ବହୁ ଦୂରରେ ଅବସ୍ଥିତ ବ୍ୟାଙ୍କକୁ ଯିବାକୁ ପଡୁଥିବାରୁ ସେମାନେ ହଇରାଣ ହେଉଛନ୍ତି। ବିଜୁ ଜନତା ଦଳ ଓଡ଼ିଶାରେ ବ୍ୟାଙ୍କିଙ୍ଗ୍‌ କଭରେଜ ଏବଂ ନେଟ୍‌ୱର୍କର ଉନ୍ନତି ପାଇଁ ଦଶନ୍ଧି ପୂର୍ବରୁ କେନ୍ଦ୍ର ସମ୍ମୁଖରେ ଦାବିକରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏହା ଆଶ୍ଚର୍ଯ୍ୟଜନକ ଯେ ଓଡ଼ିଶାର ଭାଜପା ଏମ୍‌ପିମାନେ ଏହି ପ୍ରସଙ୍ଗରେ ନୀରବ ରହିଛନ୍ତି। ଓଡ଼ିଶାର ବ୍ୟାଙ୍କିଙ୍ଗ୍‌ କଭରେଜରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ଆଗରେ ସେମାନେ ସ୍ବର ଉତ୍ତୋଳନ କରୁନାହାନ୍ତି। ଓଡ଼ିଶାର କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଚୁପ୍‌ ରହିଛନ୍ତି। ରାଜ୍ୟରେ ବ୍ୟାଙ୍କିଙ୍ଗ୍‌ କଭରେଜ ଯୋଗୁ ଅସୁବିଧା ଭୋଗୁଥିବା ବୃଦ୍ଧାବୃଦ୍ଧ ଏବଂ ଭିନ୍ନକ୍ଷମ ହିତାଧିକାରୀଙ୍କ ପାଇଁ ପାଟି ଫିଟାଉନାହାନ୍ତି ବୋଲି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି।
ଜାତୀୟ ପେନ୍‌ସନଧାରୀଙ୍କ ଦୁରବସ୍ଥା ସଂକ୍ରାନ୍ତରେ ଗୁରୁବାର ଶଙ୍ଖ ଭବନଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ଓଡ଼ିଶାର ୨୮ ଲକ୍ଷ ଲୋକ ମଧୁବାବୁ ପେନ୍‌ସନ ପାଉଛନ୍ତି, ଯେଉଁଥିରେ ବାର୍ଦ୍ଧକ୍ୟ ଏବଂ ଭିନ୍ନକ୍ଷମ ପେନ୍‌ସନ ହିତାଧିକାରୀ ଅନ୍ତର୍ଭୁକ୍ତ ଅଛନ୍ତି। ଓଡ଼ିଶା ସରକାର ଗ୍ରାମପଞ୍ଚାୟତ ସ୍ତରରେ ସେମାନଙ୍କ ପେନ୍‌ସନ ପ୍ରଦାନ କରୁଛନ୍ତି। ଓଡ଼ିଶାରେ ଉପଯୁକ୍ତ ବ୍ୟାଙ୍କିଙ୍ଗ୍‌ କଭରେଜ୍‌ ଅଭାବରୁ ବ୍ୟାଙ୍କଗୁଡ଼ିକ ହିତାଧିକାରୀଙ୍କ ନିଜ ଗ୍ରାମଠାରୁ ବହୁ ଦୂରରେ ଅବସ୍ଥିତ। କେନ୍ଦ୍ର ଦ୍ୱାରା ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଅବହେଳା ହେତୁ ଓଡ଼ିଶାର ବ୍ୟାଙ୍କିଙ୍ଗ୍‌ ନେଟ୍‌ୱର୍କ ଅତ୍ୟନ୍ତ ଦୁର୍ବଳ ରହିଛି। ୬୦%ରୁ ଅଧିକ ପଞ୍ଚାୟତରେ ଆଜି ମଧ୍ୟ କୌଣସି ବ୍ୟାଙ୍କ ସେବା ମିଳିପାରୁ ନାହିଁ। କେନ୍ଦ୍ର ସରକାର ଓଡ଼ିଶାରେ ବ୍ୟାଙ୍କ ସେବା ବୃଦ୍ଧି କରିବା ଆବଶ୍ୟକ। ଯଦ୍ଦ୍ବାରା ଜାତୀୟ ପେନ୍‌ସନ ପାଉଥିବା ବୃଦ୍ଧାବୃଦ୍ଧ ତଥା ଭିନ୍ନକ୍ଷମ ହିତାଧିକାରୀଙ୍କୁ ବହୁ ଦୂରକୁ ଯାତ୍ରା କରିବାକୁ ପଡ଼ିବ ନାହିଁ। ରାଜ୍ୟ ସରକାର ଯେଭଳି ପଞ୍ଚାୟତ ସ୍ତରରେ ମଧୁବାବୁ ପେନ୍‌ସନ ପ୍ରଦାନ କରୁଛନ୍ତି ଅନୁରୂପ ଭାବେ ଜାତୀୟ ପେନ୍‌ସନ ପ୍ରଦାନ ଲାଗି ଶ୍ରୀମୟୀ ଦାବି କରିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ବିଜେଡି ମୁଖପାତ୍ର ଓମ୍‌ ପ୍ରକାଶ ସାହୁ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ-ବାଇକ୍‌ ଧକ୍କା: ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ଗୋପାଳପୁର, ୨୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଭାଲିଆଗାଡ଼ ନିକଟରେ ରବିବାର ଏକ ଟ୍ରକ-ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ...

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଶ୍ୱଶୁରଙ୍କୁ ହତ୍ୟା କଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଶେଷ ହେଲା ରତ୍ନଭଣ୍ଡାର ସର୍ଭେକ୍ଷଣ,ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୨୨।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେକ୍ଷଣ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ୱରେ ସର୍ଭେ...

ଜନ୍ମମାଟିରୁ ୧୦୦ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରୁ ଲୋକଙ୍କ ସରକାରର ୧୦୦ ଦିନର ସଫଳତାର ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ...

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି: ବାତିଲ ହେଲା ମୟୂରଭଞ୍ଜ କାର୍ଯ୍ୟକ୍ରମ

କେନ୍ଦୁଝର,୨୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ...

ବିଜେଡିର ଭୁବନେଶର ବନ୍ଦ ଡାକରା: ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସହିପାରୁନି….

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri