Categories: ଜାତୀୟ

ଜାନୁୟାରୀ ୩୧ରୁ ଆରମ୍ଭ ହେବ ଜାତୀୟ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୧୪।୧: ଜାତୀୟ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଜାନୁୟାରୀ ୩୧ରୁ ଆରମ୍ଭ ହେବ ବୋଲି କେନ୍ଦ୍ରୀୟ ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ଜାନୁୟାରୀ ୧୬ରୁ ଦେଶରେ କରୋନା ପ୍ରତିଷେଧକ ଟିକାଦାନ ପ୍ରକ୍ରିୟା ଆରମ୍ଭ ହେଉଥିବାରୁ ଜାନୁୟାରୀ ୧୭ଠାରୁ ଜାତୀୟ ପୋଲିଓ ଟିକାକରଣ ଦିବସ ଅବସରରେ ଆରମ୍ଭ ହେବାକୁ ଥିବା ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଉପରେ ସରକାରଙ୍କ ପକ୍ଷରୁ ବୁଧବାର ରୋକ ଲଗାଯାଇଥିଲା। ତେବେ ଏହାର ଆରମ୍ଭ ସମ୍ପର୍କରେ ମନ୍ତ୍ରଣାଳୟ ପକ୍ଷରୁ ଏବେ କୁହାଯାଇଛି। ଜାନୁୟାରୀ ୩୦ ପୂର୍ବାହ୍ନ ୧୧ଟା ୪୫ରେ ରାଷ୍ଟ୍ରପତି ଭବନ ପରିସରରେ କେତେକ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯିବା କାର୍ଯ୍ୟକ୍ରମ ରହିଛି।

Share