ନ୍ୟାଶନାଲ ରିଫ୍ରେଶମେଣ୍ଟ୍‌ ଡେ’: ବ୍ୟସ୍ତବହୁଳ ଜୀବନରେ ମନ ହାଲୁକା କରେ

ପ୍ରତିବର୍ଷ ଜୁଲାଇ ଚତୁର୍ଥ ଗୁରୁବାର ନ୍ୟାଶନାଲ ରିଫ୍ରେଶ୍‌ମେଣ୍ଟ ଡେ’ ପାଳନ କରାଯାଏ। ୨୦୧୮ରେ ଏହିି ଦିବସ ଜୁଲାଇ ୨୬ ଓ ୨୦୧୯ରେ ଜୁଲାଇ ୨୫ରେ ପାଳନ କରାଯାଇଥିବାବେଳେ ଚଳିତ ବର୍ଷ ଏହା ୨୩ ଜୁଲାଇରେ ପାଳନ କରାଯାଉଛି। ଆମେରିକାର ଭର୍ମୋଣ୍ଟ ରାଜ୍ୟସ୍ଥିତ ବୁର୍ଲିଙ୍ଗଟନ ସହରରେ ଥିବା ଟ୍ରାଭେଲର ବିୟର କମ୍ପାନୀ ଦ୍ୱାରା ୨୦୧୫ରେ ପ୍ରଥମେ ଏହିି ଦିବସ ପାଳନ କରାଯାଇଥିଲା। ୟୁରୋପୀୟ ସ୍ୟାଣ୍ଡୀ ଓ ଆମେରିକୀୟ କ୍ରାଫ୍ଟ ବିୟର ମିଶ୍ରଣରେ ବିଭିନ୍ନ ପ୍ରକାର ବିୟର ପ୍ରସ୍ତୁତ କରିଥାଏ ଉକ୍ତ କମ୍ପାନୀ। ଗ୍ରୀଷ୍ମରେ ଏକ ନୂଆ ପ୍ରକାର ବିୟରର ତାଜା ସ୍ବାଦ ନେଇ ଫୁର୍ତ୍ତିହେବାକୁ କମ୍ପାନୀ ଏହି ଦିବସ ପାଳନ କରିଥିଲା। ସେବେଠାରୁ ଏହା ପ୍ରତିବର୍ଷ ପାଳନ କରାଯାଉଛି। ବର୍ଷରେ ଗୋଟିଏ ଦିନ ମାଇଣ୍ଡ୍‌ଫ୍ରେଶ୍‌ କରିବା ଲାଗି ବହୁ ଲୋକ ଏହି ଦିନଟିକୁ ଉତ୍ସୁକତାର ସହିତ ଅପେକ୍ଷା କରିଥାନ୍ତି। ଟ୍ରାଭେଲର ବିୟର କମ୍ପାନୀର ବିୟର ପିଇ ଏହି ଦିବସରେ ମଜା ନେଇଥାଆନ୍ତି। ସାମାନ୍ୟ ରିଫ୍ରେଶ ହୋଇଗଲେ ବ୍ୟସ୍ତତା ମଧ୍ୟରେ କାଳ ସାଜିଥିବା ବିଷାଦରୁ ଟିକେ ମୁକ୍ତି ମିଳେ, ତା’ ସହ ମନ ବି ହାଲୁକା ହୋଇଯାଏ ଓ ଆରାମ ଲାଗେ। ବ୍ୟସ୍ତବହୁଳ ଜୀବନରେ ନିୟମିତ ବ୍ୟବଧାନରେ ରିଫ୍ରେଶ ହୋଇ ବିଷାଦରୁ ମୁକ୍ତି ପାଇବା ଲାଗି ଏହି ଦିବସ ସମସ୍ତଙ୍କୁ ସ୍ମରଣ କରାଇଦିଏ।
ମଣିଷର ଭାବନା ଓ କାର୍ଯ୍ୟ ସବୁବେଳେ ଭିନ୍ନ ରହିଥାଏ। ଏଣୁ ରିଫ୍ରେଶମେଣ୍ଟର ତରିକା ବି ଭିନ୍ନ ହେବା ସ୍ବାଭାବିକ। କେହି ଯଦି ଗୋଟିଏ ବିୟରରେ ମନ ଓ ଶରୀରକୁ ରିଫ୍ରେଶ କରିପାରୁଛି ତ ଆଉ କେହି ପୂରା ନୀରବ ରହି ମନ ହାଲୁକା କରୁଛି। ତେବେ ନ୍ୟାଶନାଲ ରିଫ୍ରେଶମେଣ୍ଟ ଡେ’ କେମିତି ପାଳନ କରିବେ ତାହାକୁ ନେଇ ଅନେକେ ଦ୍ୱନ୍ଦ୍ୱରେ ପଡନ୍ତି। କିନ୍ତୁ ଏହା ତ ଭାରି ସହଜ। ଉକ୍ତ ଦିବସକୁ ପସନ୍ଦର ବିୟରରେ ଉତ୍ସାହର ସହ ମନାଇ ଫଟୋ ସୋସିଆଲ ମିଡିଆରେ ଶେୟାର କରନ୍ତୁ। କିନ୍ତୁ ଆନନ୍ଦ କେବଳ ପାନୀୟରେ ନଥାଏ, ବରଂ ସମୟ ବାହାର କରି ଟିଭିଦେଖିବା, ଯାହା ମନ ହେଉଛି ତାହା ଖାଇବା, ବନ୍ଧୁଙ୍କ ସହ ଚାଲିବା ଓ ମନଖୋଲି ହସିବା, ପାର୍କ ଯାଇ ପିଲାଙ୍କ ସହ ଖେଳିବା, ଯୋଗ, ମସାଜ ଦ୍ୱାରା ଶରୀର ଓ ମନ ରିଫ୍ରେଶ ହୋଇଯିିବ। କିନ୍ତୁ ଏଥର ଏହି ଦିବସରେ ଭଟ୍ଟା ପକାଇଛି କରୋନା ମହାମାରୀ। ଯାହା କିଛି ହେବ ଭର୍ଚୁଆଲି ।

Share