Categories: ଜାତୀୟ

ଶୁଭେନ୍ଦୁ ଅଧିକାରୀଙ୍କୁ ଆଶ୍ୱସ୍ତି: ହାଇକୋର୍ଟଙ୍କ ଆଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୪।୮: ସୁପ୍ରିମକୋର୍ଟ ଶୁକ୍ରବାର କଲିକତା ହାଇକୋର୍ଟଙ୍କ ଆଦେଶକୁ ରଦ୍ଦ କରିଦେଇଛନ୍ତି। ଏଥିରେ କୁହାଯାଇଥିଲା ଯେ. ପଶ୍ଚିମବଙ୍ଗ ପୋଲିସ ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ଏଫ୍‌ଆଇଆର ଦାଖଲ କରିପାରିବ।

ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତା ପୀଠ କହିଛନ୍ତି, ଜୁଲାଇ ୨୦ଆଦେଶରେ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେବା ପୂର୍ବରୁ ଅଧିକାରୀଙ୍କୁ ଏହି ମାମଲାରେ କାଉଣ୍ଟର ଆଫିଡେଭିଟ ଦାଖଲ କରିବାକୁ ସୁଯୋଗ ଦେବା ହାଇକୋର୍ଟଙ୍କ ପାଇଁ ଉପଯୁକ୍ତ ହେବ।

ଜଷ୍ଟିସ ଜେ.ବି ପାରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କ ଏକ ବେଞ୍ଚ କହିଛନ୍ତି ଯେ ଆମେ କଲିକତା ହାଇକୋର୍ଟର ପ୍ରଧାନ ବିଚାରପତିଙ୍କୁ ଏକ ନୂତନ ଶୁଣାଣି କରିବାକୁ ଅନୁରୋଧ କରୁଛୁ ଏବଂ ଏହାକୁ ସୁଗମ କରିବା ପାଇଁ ଜୁଲାଇ ୨୦ର ଆଦେଶକୁ ରଦ୍ଦ ଦିଆଯାଇଛି।

Share