Categories: ଜାତୀୟ

ପ୍ରତିଷ୍ଠା ହେବ ଜାତୀୟ ଗବେଷଣା ଫାଉଣ୍ଡେଶନ

ନୂଆଦିଲ୍ଳୀ,୨୮ା୬: ଦେଶର ଗବେଷଣା କ୍ଷମତା ବଢ଼ାଇବା ପାଇଁ ନୂତନ ପାଣ୍ଠି ଯୋଗାଣକାରୀ ସଂସ୍ଥା ଜାତୀୟ ଗବେଷଣା ଫାଉଣ୍ଡେଶନ (ଏନ୍‌ଆର୍‌ଏଫ୍‌) ପ୍ରତିଷ୍ଠା କରାଯିବ। ଏଥିପାଇଁ ଏକ ବିଲ୍‌କୁ ବୁଧବାର କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଏହି ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ ହେବା ପରେ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ରିସର୍ଚ୍ଚ ବୋର୍ଡ ଆକ୍ଟ,୨୦୦୮ ସ୍ଥାନରେ ଲାଗୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଗଣମାଧ୍ୟମକୁ କହିଛନ୍ତି।

Share