Categories: ଖେଳ

ଅଶୋକଙ୍କୁ ଜାତୀୟ ଦାୟିତ୍ୱ

ଭୁବନେଶ୍ୱର, ୧୩।୮ (କ୍ରୀଡ଼ା ପ୍ରତିନିଧି): ଅନ୍ତର୍ଜାତୀୟ ବାସ୍କେଟବଲ ଆସୋସିଏଶନ (ଏଫ୍‌ଆଇବିଏ)ର ୧୮ ବର୍ଷରୁ କମ୍‌ ଏସିଆନ ବାସ୍କେଟବଲ ଚାମ୍ପିୟନଶିପ୍‌ ଇରାନର ତେହେରାନଠାରେ ଚଳିତ ମାସ ୨୧ରୁ ୨୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ପାଇଁ ଓଡ଼ିଶା ବାସ୍କେଟବଲ ଆସୋସିଏଶନ (ଓବିଏ) ସମ୍ପାଦକ ଅଶୋକ କୁମାର ସାହୁଙ୍କୁ ଭାରତୀୟ ଦଳର ମ୍ୟାନେଜର ନିଯୁକ୍ତ କରାଯାଇଛି। ଆଗାମୀ ପ୍ରତିଯୋଗିତାରେ ଭାରତ ସମେତ ୧୦ଟି ଦେଶ ଭାଗନେବେ। ଜାତୀୟ ଦାୟିତ୍ୱ ପାଇଥିବାରୁ ଅଶୋକ ସାହୁଙ୍କୁ ଓବିଏର ସଦସ୍ୟମାନେ ଅଭିନନ୍ଦନ ଜଣାଇଛନ୍ତି।

Share