Categories: ଜାତୀୟ

ଓଲଟିଲା ବସ୍‌: ୩୦ ଯାତ୍ରୀ ଆହତ

ଥିରୁଭାନନ୍ତପୁରମ୍‌,୧୮।୮: କେରଳର ଥ୍ରୀସୁର ଜିଲାର କନିମାଙ୍ଗଳମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଘରୋଇ ବସ୍‌ ଓଲଟି ପଡ଼ିବାରୁ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। କେରଳ ରାଜସ୍ବ ମନ୍ତ୍ରୀ କେ. ରାଜନ ଏହି ସୂଚନା ଦେଇଛନ୍ତି।

ରାଜନ କହିଛନ୍ତି ଯେ ଆହତମାନଙ୍କୁ ଘରୋଇ ଡାକ୍ତରଖାନା ଏବଂ ଥ୍ରୀସୁର ତାଲୁକ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Share