ଭୁବନେଶ୍ୱର,୧।୩(ବ୍ୟୁରୋ): ଇନ୍ଷ୍ଟିଚ୍ୟୁଟ ଅଫ୍ ଫିଜିକ୍ସ ପକ୍ଷରୁ ଶୁକ୍ରବାର ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ୧୨୦ ସ୍କୁଲରୁ ୧୦୦୦ ଜଣ ଛାତ୍ରୀଛାତ୍ର ଯୋଗଦେଇଥିଲେ। ୨୦ଟି ଷ୍ଟଲ ଆୟୋଜିତ ହୋଇଥିଲା। ଚଳିତବର୍ଷର ‘ଥିମ୍ ଥିଲା ଗ୍ଲୋବାଲ ସାଇନ୍ସ ଫର୍ ଗ୍ଲୋବାଲ ୱେଲ୍ବିଙ୍ଗ୍’। ଇନଷ୍ଟିଚ୍ୟୁଟର ସମସ୍ତ ଲାବୋରେଟୋରି ବିଜ୍ଞାନ ଦିବସ ପାଇଁ ଗୋଟିଏ ଦିନ ଖୋଲା ରହିଥିଲା। ପିଲାମାନେ ଲ୍ୟାବ ପରିଦର୍ଶନ କରିଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର କରୁଣାକର ନନ୍ଦ ଉପସ୍ଥିତ ଥିଲେ। ଡ. କ୍ଷୀରୋଦ ଚନ୍ଦ୍ର ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।