Categories: ଖେଳ

ଜାତୀୟ ସିନିୟର ଥ୍ରୋ ବଲ୍‌: ଓଡ଼ିଶାକୁ ବ୍ରୋଞ୍ଜ

ଭୁବନେଶ୍ୱର, ୨୯ା୩(କ୍ରୀଡ଼ା ପ୍ରତିନିଧି): ବିହାରର ଗୋପାଳଗଞ୍ଜଠାରେ ଅନୁଷ୍ଠିତ ୪୪ତମ ଜାତୀୟ ସିନିୟର ଥ୍ରୋ ବଲ୍‌ ଚାମ୍ପିୟନଶିପ୍‌ରେ ଓଡ଼ିଶା ପୁରୁଷ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ନିଜ ପୁଲ୍‌ରେ ସମସ୍ତ ମ୍ୟାଚ ଜିତି ଓଡ଼ିଶା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା। ସେଥିରେ ହରିୟାଣାକୁ ୨-୧ ସେଟ୍‌ରେ ହରାଇ ସେମିଫାଇନାଲରେ ପହଞ୍ଚତ୍ଥିଲା। ଏହି ପର୍ଯ୍ୟାୟରେ ୬ ଥର ବିଜେତା ଦିଲ୍ଲୀ ନିକଟରୁ ଓଡ଼ିଶା ୦-୨ରେ ହାରି ଯାଇଥିଲା। ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ମ୍ୟାଚରେ ଆୟୋଜକ ବିହାରକୁ ହରାଇ ରାଜ୍ୟ ପୁରୁଷ ଦଳ ବ୍ରୋଞ୍ଜ ପଦକ ହାସଲ କରିଥିଲା ବୋଲି ଓଡ଼ିଶା ରାଜ୍ୟ ଥ୍ରୋ ବଲ୍‌ ଆସୋସିଏଶନ ସମ୍ପାଦକ ଜିତେନ୍ଦ୍ରନାଥ ଦାସ ପ୍ରକାଶ କରିଛନ୍ତି।

Share