ଭୁବନେଶ୍ୱର,୧୧।୩ (କ୍ରୀଡ଼ା ପ୍ରତିନିଧି)- କିଟ୍ର ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମରେ ଚାଲିଥିବା ୬୯ତମ ଜାତୀୟ ସିନିୟର ଭଲିବଲ୍ ଚାମ୍ପିୟନଶିପ୍ର ମହିଳା ବିଭାଗ ଫାଇନାଲରେ କେରଳ ଓ ରେଲଓ୍ବେ ମଧ୍ୟରେ ମୁକାବିଲା ହେବ। ବୁଧବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ କେରଳ ୩-୦ ସେଟ୍ରେ ହିମାଚଳ ପ୍ରଦେଶ ଏବଂ ଦ୍ୱିତୀୟ ସେମିଫାଇନାଲରେ ରେଲଓ୍ବେ ସମାନ ବ୍ୟବଧାନରେ ପଶ୍ଚିମବଙ୍ଗକୁ ପରାସ୍ତ କରିଛି। ଫଳରେ ପରାଜିତ ଦୁଇ ସେମିଫାଇନାଲିଷ୍ଟ ଦଳ ମଧ୍ୟରେ ହାର୍ଡ ଲାଇନ୍ ମ୍ୟାଚ ଅନୁଷ୍ଠିତ ହେବ। ପୂର୍ବରୁ ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ କେରଳ ୩-୦ରେ କର୍ନାଟକ, ହିମାଚଳ ପ୍ରଦେଶ ୩-୧ରେ ମହାରାଷ୍ଟ୍ର, ପଶ୍ଚିମବଙ୍ଗ ୩-୦ରେ ଦିଲ୍ଲୀ ଓ ରେଲଓ୍ବେ ୩-୦ରେ ଚଣ୍ଡିଗଡ଼କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲେ।
ପୁରୁଷରେ ହରୟାଣା-ଆସାମ
ପୁରୁଷ ବିଭାଗ ଫାଇନାଲରେ ହରିୟାଣା ଓ ଆସାମ ମଧ୍ୟରେ ମୁକାବିଲା ହେବ। ପ୍ରଥମ ସେମିଫାଇନାଲରେ ହରିୟାଣା ୩-୧ ସେଟ୍ରେ ରେଲଓ୍ବେକ ଏବଂ ଦ୍ୱିତୀୟ ସେମିରେ ଆସାମ ୩-୨ରେ କେରଳକୁ ପରାସ୍ତ କରିଛି। ତୃତୀୟ ସ୍ଥାନ ପାଇଁ ରେଲଓ୍ବେ ଓ କେରଳ ମଧ୍ୟରେ ମ୍ୟାଚହେବ। କ୍ୱାର୍ଟର ଫାଇନାଲ ଗୁଡ଼ିକରେ ରେଲଓ୍ବେ ୩-୦ରେ କର୍ନାଟକ, ହରିୟାଣା ୩-୦ରେ ତାମୁଲନାଡ଼ୁ, ଆସାମ ୩-୨ରେ ସର୍ଭିସେସ ଏବଂ କେରଳ ୩-୦ରେ ରାଜସ୍ଥାନକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲା।