Categories: ଜାତୀୟ

ମଣିପୁରରେ ସ୍ଥିତି ଏବେ ବି ଉତ୍ତେଜନାପୂର୍ଣ୍ଣ: ସର୍ଚ୍ଚ ଅପରେଶନବେଳେ ୮ ଅସ୍ତ୍ରଶସ୍ତ୍ର, ୧୧୨ ଗୋଳା ବାରୁଦ ଜବତ

ଇମ୍ଫାଲ,୧୭।୮: ମଣିପୁରରେ ଏବେ ବି ଅଶାନ୍ତିର ବାତାବରଣ ରହିଛି। ସୁରକ୍ଷା ବାହିନୀ ଦ୍ୱାରା ସର୍ଚ୍ଚ ଅପରେଶନ ବେଳେ ହିଂସାକାଣ୍ଡ ଘଟାଇଥିବା ମଣିପୁରର ବିଭିନ୍ନ ଜିଲାରୁ ୮ ଅସ୍ତ୍ରଶସ୍ତ୍ର ଏବଂ ୧୧୨ ରାଉଣ୍ଡ ଗୋଳାବାରୁଦ ଜବତ କରାଯାଇଛି। ଏହା ବ୍ୟତୀତ ବାହିନୀ ୬ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରିଛି ବୋଲି ସେ କହିଛନ୍ତି। ବୁଧବାର ବିଷ୍ଣୁପୁର, ଚୁରଚାନ୍ଦପୁର, ତେଙ୍ଗନୋପାଳ, କଙ୍ଗପୋକପି ଏବଂ ଇମ୍ଫାଲ ପଶ୍ଚିମ ଜିଲାରୁ ଜବତ କରାଯାଇଛି ବୋଲି ପୋଲିସ ସୂତ୍ରରୁ ପ୍ରକାଶ ପାଇଛି।

Share