ଜାତୀୟ କ୍ରୀଡ଼ା ଦିବସ: ଧ୍ୟାନଚାନ୍ଦଙ୍କୁ ମନେପକାଇଲେ ମୋଦି

ନୂଆଦିଲ୍ଲୀ,୨୯।୮: ସମଗ୍ର ଦେଶରେ ଅଗଷ୍ଟ ୨୯ ଆର୍ଥତ୍‌ ଶନିବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହେଉଛି। ଏହି ସ୍ବତନ୍ତ୍ର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ କ୍ରୀଡ଼ା ଦିବସର ଶୁଭେଚ୍ଛା ଜଣାଇବା ସହ ଖେଳାଳିଙ୍କ ଉତ୍କୃଷ୍ଟ ପ୍ରଦର୍ଶନକୁ ମଧ୍ୟ ଟୁଇଟ କରି ପ୍ରଶଂସା କରିଛନ୍ତି। ଏହିସମୟରେ ମୋଦି ହକିର ଯାଦୁଗର ଆଖ୍ୟା ପାଇଥିବା ମେଜର ଧ୍ୟାନଚାନ୍ଦଙ୍କୁ ମଧ୍ୟ ମନେପକାଇଛନ୍ତି। ଟୁଇଟରେ ଜରିଆରେ ମୋଦି ଜାତୀୟ କ୍ରୀଡ଼ା ଦିବସ ଅବସରରେ ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କହିଛନ୍ତି, ତାଙ୍କର ହକି ଷ୍ଟିକ୍‌ର ଯାଦୁକୁ କେହି କେବେ ଭୁଲପାରିବେ ନାହିଁ। ଏଥିସହ ସେ କହିଛନ୍ତି, ଆଜି ପ୍ରତିଭାବାନ ଆଥ୍‌ଲେଟଙ୍କ ସଫଳତା ପାଇଁ ତାଙ୍କ ପରିବାର, କୋଚ୍‌ ଓ ସହଯୋଗୀ କର୍ମଚାରୀଙ୍କ ଦ୍ୱାରା କରାଯାଇଥିବା ଉତ୍କୃଷ୍ଟ ସମର୍ଥନକୁ ପ୍ରଶଂସା କରିବାର ମଧ୍ୟ ଦିନ। ଅନ୍ୟପଟେ ଖେଳ ଓ ବ୍ୟାୟାମକୁ ନିଜ ଦିନଚର୍ଯ୍ୟାରେ ସାମିଲ କରିବାକୁ ମୋଦି ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି। ଏଭଳି କରିବା ଦ୍ୱାରା ବହୁ ଲାଭ ମିଳିଥାଏ। ଖେଳ ସହିତ ସମସ୍ତେ ଖୁସି ଓ ସୁସ୍ଥ ରହିପାରିବେ ବୋଲି ମୋଦି କହିଛନ୍ତି।

Share