Categories: ଫୁରସତ

ଜାତୀୟ ପରିସଂଖ୍ୟାନ ଦିବସ

ଭାରତରେ ଜାତୀୟ ପରିସଂଖ୍ୟାନ ଦିବସ ପ୍ରତିବର୍ଷ ଜୁନ୍‌ ୨୯ରେ ପାଳନ କରାଯାଏ। ପରିସଂଖ୍ୟାନ ଏବଂ ଅର୍ଥନୈତିକ ଯୋଜନା କ୍ଷେତ୍ରରେ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହଲାନୋବିସଙ୍କ ଅବଦାନକୁ ମନେ ରଖିବା ପାଇଁ ଏହି ଦିନ ପାଳନ କରାଯାଇଥାଏ। ପ୍ରଫେସର ମହଲାନୋବିସ ଯିଏକି ଭାରତୀୟ ପରିସଂଖ୍ୟାନର ପିତା ଭାବରେ ପରିଗଣିତ। ସେ ୨୯ ଜୁନ୍‌ ୧୮୮୩ରେ କୋଲକାତାରେ ଜନ୍ମଗ୍ରହଣ କରିଥିଲେ। ସେ ଭାରତର ପ୍ରଥମ ଯୋଜନା ଆୟୋଗର ସଦସ୍ୟ ଥିଲେ ଏବଂ ୧୯୫୦ରେ ଭାରତୀୟ ପରିସଂଖ୍ୟାନ ପ୍ରତିଷ୍ଠାନ (ଆଇଏସ୍‌ଆଇ) ପ୍ରତିଷ୍ଠା କରିଥିଲେ। ୨୮ ଜୁନ୍‌ ୧୯୭୨ରେ ତାଙ୍କର ବିୟୋଗ ହୋଇଥିଲା।

ସାମାଜିକ-ଅର୍ଥନୈତିକ ଯୋଜନା ଏବଂ ନୀତି ପ୍ରଣୟନରେ ପରିସଂଖ୍ୟାନର ମହତ୍ତ୍ୱ ବିଷୟରେ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଏହି ଦିନର ମୂଳ ଲକ୍ଷ୍ୟ ରହିଛି। ଏହି ଦିନକୁ ସ୍ମରଣୀୟ କରିବା ପାଇଁ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ବୟନ ମନ୍ତ୍ରଣାଳୟ(ଏମ୍‌ଓଏସ୍‌ପିଆଇ) ସେମିନାର, ଆଲୋଚନା ଏବଂ ପ୍ରତିଯୋଗିତା ଭଳି କାର୍ଯ୍ୟକ୍ରମ ଆୟୋଜନ କରିଥାଏ। ବିଶେଷକରି ଏଥିରେ ଯୁବ ପ୍ରତିଭାମାନେ ଅଂଶଗ୍ରହଣ କରିଥାନ୍ତି।

୨୦୦୭ରେ ଦେଶର ପ୍ରଥମ ଜାତୀୟ ପରିସଂଖ୍ୟାନ ଦିବସ ପାଳନ କରାଯାଇଥିଲା। ଏହି ବିଷୟରେ ଏକ ବିଜ୍ଞପ୍ତ ୫ ଜୁନ୍‌ ୨୦୦୭ରେ ଇଣ୍ଡିଆନ ଗେଜେଟ୍‌ରେ କରାଯାଇଥିଲା। ଏହି ସମୟରେ ଦେଶବ୍ୟାପୀ ପ୍ରଗତିରେ ପ୍ରାମାଣିକ ତଥ୍ୟର ଭୂମିକାକୁ ଧ୍ୟାନରେ ରଖି ଜାତୀୟ ପରିସଂଖ୍ୟାନ ଦିବସ ପ୍ରତିବର୍ଷ ଏକ ଭିନ୍ନ ଥିମ୍‌ ଉପରେ ପାଳନ କରାଯାଇଆସୁଛି।

Share