ବିଶ୍ୱର ସର୍ବବୃହତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସ୍ଥାପନା ଦିବସ ପ୍ରତିବର୍ଷ ଜୁଲାଇ ୯ରେ ପାଳନ କରାଯାଏ। ଭାରତରେ ଏହି ଦିବସକୁ ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ଭାବରେ ପାଳନ କରାଯାଏ। ବିଶେଷ କରି ଛାତ୍ରୀଛାତ୍ରମାନଙ୍କ ଆଗ୍ରହ ଏବଂ ଜାତୀୟ ସ୍ବାର୍ଥକୁ ପ୍ରୋତ୍ସାହିତ କରିବା ପାଇଁ ସାରା ବିଶ୍ୱରେ ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ପାଳନ କରାଯାଏ।
୧୯୪୯, ଜୁଲାଇ ୯ରେ ଭାରତ ସରକାର ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ପାଳନ କରିବାକୁ ଘୋଷଣା କରିଥିଲେ। ଏହି ଦିନର ଉଦ୍ଦେଶ୍ୟ ହେଉଛି ବିଦ୍ୟାର୍ଥୀମାନଙ୍କ ଆଗ୍ରହ ଏବଂ ଜାତୀୟ ସ୍ବାର୍ଥକୁ ପ୍ରୋତ୍ସାହିତ କରିବା ଏବଂ ଏହା ବିଷୟରେ ଲୋକଙ୍କୁ ଅବଗତ କରାଇବା। ଯାହାଫଳରେ ଲୋକମାନେ ବିଦ୍ୟାର୍ଥୀମାନଙ୍କ ପ୍ରତି ଅଧିକ ଧ୍ୟାନ ଦେଇ ତାଙ୍କୁ ସମ୍ମାନ କରିପାରିବେ।