Categories: ଖେଳ

ଜାତୀୟ ସବ୍‌ଜୁନିୟର ବ୍ୟାଡ୍‌ମିଣ୍ଟନ ଉଦ୍‌ଯାପିତ

ଭୁବନେଶ୍ୱର, ୩୧ା୧୨(ସ୍ପୋଟର୍‌ସ ବ୍ୟୁରୋ): ବ୍ୟାଡମିଣ୍ଟନ ଆସୋସିଏଶନ ଅଫ୍‌ ଇଣ୍ଡିଆ, ରାଜ୍ୟ କ୍ରୀଡ଼ା ଯୁବସେବା ବିଭାଗ ଓ କିଟ୍‌ ୟୁନିଭର୍ସିଟିର ସହଯୋଗରେ ଓଡ଼ିଶା ରାଜ୍ୟ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଆନୁକୂଲ୍ୟରେ ୩୪ତମ ଜାତୀୟ ସବ୍‌ ଜୁନିୟର ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଯାଇଛି। ଏହାର ୧୭ ବର୍ଷରୁ କମ୍‌ ମିକ୍ସଡ ଡବଲ୍ସ ଇଭେଣ୍ଟରେ ଓଡ଼ିଶାର ବିଶାଖା ଟପ୍ପୋ ଓ ତାଙ୍କ ପାର୍ଟନର ଆନ୍ଧ୍ର ପ୍ରଦେଶର ବିଶ୍ୱ ଜେ୍‌ ଗୋବୁରୁ ୨୧-୧୬, ୨୧-୧୯ରେ ହରିୟାଣାର ମୟଙ୍କ ରାଣା ଓ ଜିୟା ରାଓ୍ବତ ଯୋଡ଼ିଙ୍କୁ ହରାଇ ଚାମ୍ପିୟନ ହେଇଛନ୍ତି। ଶୁକ୍ରବାର ଉଦ୍‌ଯାପନୀ ଉତ୍ସବରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଏମପି ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଧାୟକ ରଦ୍ର ପ୍ରତାପ ମହାରଥୀ, ଓଡ଼ିଶା କ୍ରିକେଟ ଆସୋସିଏଶନ ଉପସଭାପତି ପଙ୍କଜଲୋଚନ ମହାନ୍ତି, ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଅଫ୍‌ ଇଣ୍ଡିଆର ଉପ ସଭାପତି ଶେଖର ବିଶ୍ୱାସ, ଯୁଗ୍ମ ସମ୍ପାଦକ ପ୍ରଭାକର ରାଓ, ଇଭେଣ୍ଟର ଆବାହକ ଶୁଭ୍ରାଂଶୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share