Posted inଖେଳ

ରାଣୀ, ସର୍ଦ୍ଦାର ପ୍ରଶିକ୍ଷକ

ଭୁବନେଶ୍ୱର,୨୨ା୮(ସରୋଜ ଜେନା): ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ସୋମବାର ଠାରୁ ଆରମ୍ଭ ହୋଇଛି ଜାତୀୟ ସବ୍‌ଜୁନିୟର ଜାତୀୟ ହକି କ୍ୟାମ୍ପ। ପୂର୍ବତନ ଭାରତୀୟ ଖେଳାଳି ସର୍ଦ୍ଦାର ସିଂ ଓ ରାଣୀ ରାମପାଲଙ୍କ ଅଧୀନରେ ୮୦ରୁ ଅଧିକ ଖେଳାଳି ଏହି କ୍ୟାମ୍ପରେ ସାମିଲ ହୋଇଛନ୍ତି। ଦେଶର ବିଭିନ୍ନ ରାଜ୍ୟରୁ ୪୦ ଜଣ ଲେଖାଏ ବାଳକ ଓ ବାଳିକା ଏହି କ୍ୟାମ୍ପରେ ଯୋଗ ଦେଇଛନ୍ତି। ଏହା ବ୍ୟତୀତ ଖେଳାଳି ମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ୧୬ ଜଣ ସପୋର୍ଟ ଷ୍ଟାଫ୍‌ ରହିଛନ୍ତି। ଖେଳରତ୍ନ ପୁରସ୍କାର ବିଜେତା ସର୍ଦ୍ଦାର ଓ ରାଣୀଙ୍କୁ ଯଥାକ୍ରମେ ବାଳକ ଓ ବାଳିକା ଦଳର କୋଚ୍‌ ଘୋଷଣା କରାଯାଇଥିବା ବେଳେ ଆହୁରି ଅନେକ ପୂର୍ବତନ ଖେଳାଳି ସପୋର୍ଟ ଷ୍ଟାଫ୍‌ ଭାବରେ ସାମିଲ ହୋଇଛନ୍ତି। ଭାରତୀୟ ଦଳର ପୂର୍ବତନ ଅଧିନାୟିକା ଅସୁନ୍ତା ଲାକ୍ରା ଓ ଓଡ଼ିଆ ତାରକା ଲିଲିମା ମିଞ୍ଜ କୋଚିଂରେ ରାଣୀଙ୍କୁ ସହାୟତା କରୁଛନ୍ତି। ଅନ୍ୟ ପକ୍ଷରେ ଏସିଆନ୍‌ ଗେମ୍ସ ସ୍ବର୍ଣ୍ଣ ବିଜେତା ଲାଜରୁସ ବାର୍ଲା ଓ ଏସିଆ କପ ବିଜେତା ଗୋଲ କିପର ଆଡ୍ରିଆନ୍‌ ଡି ସୌଜା କୋଚିଂରେ ସର୍ଦ୍ଦାରଙ୍କୁ ସହାୟତା କରୁଛନ୍ତି।
ତୃଣମୂଳ ସ୍ତରରୁ ହକି ଖେଳର ସ୍ତରକୁ ଉନ୍ନତ କରିବା ପାଇଁ ହକି ଇଣ୍ଡିଆର ସଭାପତି ଦିଲୀପ ତୀର୍କି ଏହି କାର୍ଯ୍ୟକ୍ରମ ଲଞ୍ଚ କରିଥିଲେ। ଯୁବ ଖେଳାଳି ମାନଙ୍କୁ ଅନ୍ତର୍ଜାତୀୟ ଖେଳାଳିଙ୍କ ଅଭିଜ୍ଞତା ପ୍ରଦାନ କରିବା ପାଇଁ ସେ ଏହି କାର୍ଯ୍ୟକ୍ରମ ଲଞ୍ଚ କରିବା ସହ ରାଣୀ ଓ ସର୍ଦ୍ଦାରଙ୍କ ପରି ଖେଳାଳିଙ୍କୁ ସାମିଲ କରିଥିଲେ। ହକି ଇଣ୍ଡିଆ ତୃଣମୂଳ ସ୍ତରରୁ ହକି ଖେଳାଳିଙ୍କ ବିକାଶ ଦିଗରେ କାର୍ଯ୍ୟ କରୁଥିବାରୁ ମୁଁ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି ତୀର୍କି। ଜୋନାଲ୍‌ ଓ ନ୍ୟାଶନାଲ ସବ ଜୁନିୟର ଚାମ୍ପିୟନଶିପ୍‌ରୁ ଏହି ଖେଳାଳି ମାନଙ୍କ ଚୟନ କରାଯାଇଛି। ଏହା ସହିତ ଓଡ଼ିଶା ସରକାରଙ୍କ ପକ୍ଷରୁ ମିଳିଥିବା ସହାୟତା ପାଇଁ ତୀର୍କି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସର୍ଦ୍ଦାର ଓ ରାଣୀଙ୍କ ପରି ଖେଳାଳି କେବଳ ଫିଲ୍ଡରେ ନୁହେଁ ବରଂ ଫିଲ୍ଡ ବାହାରେ ଖେଳାଳି ମାନଙ୍କ ବିକାଶରେ ସାହାଯ୍ୟ କରିବେ ବୋଲି ସେ କହିଛନ୍ତି। ଏହି କ୍ୟାମ୍ପ ଦେଶର ହକିରେ ଏକ ବୈପବ୍ଲିକ ପରିବର୍ତ୍ତନ ଆଣିବ ବୋଲି କହିଛନ୍ତି ହକି ଇଣ୍ଡିଆର ସେକ୍ରେଟାରୀ ଜେନେରାଲ ଭୋଳାନାଥ ସିଂ। ଦିଲୀପ ଓ ମୁଁ କାର୍ଯ୍ୟକାରୀ ସଦସ୍ୟ ରହିଥିବା ବେଳେ ଏ ସମ୍ପର୍କରେ ଆଲୋଚନା କରୁଥିଲୁ। ଯୋଜନା ବର୍ତ୍ତମାନ ବାସ୍ତବତାରେ ପରିଣତ ହୋଇଥିବାରୁ ଖୁସି ଲାଗୁଛି ବୋଲି କହିଛନ୍ତି ଭୋଳାନାଥ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri