କୋଭିଡ-୧୯ ଭ୍ୟାକ୍ସିନର ଦ୍ୱିତୀୟ ଓ ବୁଷ୍ଟର ଡୋଜ ମଧ୍ୟରେ ଅନ୍ତର ୯ ମାସରୁ ୬ ମାସ କରିପାରନ୍ତି ସରକାର

ନୂଆଦିଲ୍ଲୀ,୨୮ ।୪: କେନ୍ଦ୍ର ସରକାର କୋଭିଡ-୧୯ ଭ୍ୟାକ୍ସିନର ଦ୍ୱିତୀୟ ଡୋଜ ଓ ବୁଷ୍ଟର ଡୋଜ ମଧ୍ୟରେ ଅନ୍ତର ୯ ମାସରୁ କମାଇ ୬ ମାସ କରିପାରନ୍ତି । ଅଧିକାରୀଙ୍କ ସୂତ୍ରରୁ ବୁଧବାର ମିଳିଥିବା ସୂଚନାରୁ ଏହା ଜଣାପଡିଛି । ଏମାନେ କହିଛନ୍ତି କୋଭିଡ-୧୯ ଭ୍ୟାକ୍ସିନର ଦ୍ୱିତୀୟ ଓ ବୁଷ୍ଟର ଡୋଜ ମଧ୍ୟରେ ଅନ୍ତର କମ କରିବାକୁ ଟିକାକରଣ ଉପରେ ରାଷ୍ଟ୍ରୀୟ ଟେକନିକ ପରାମର୍ଶ ସମୁହ(ଏନଟିଏଜିଆଇ) ଦ୍ୱାରା ସୁପାରିଶ କରାଯିବ ବୋଲି ଅନୁମାନ କରାଯାଉଛି ।
ଏହାକୁ ନେଇ ରାଷ୍ଟ୍ରୀୟ ଟେକନିକ ପରାମର୍ଶ ସମୁହ(ଏନଟିଏଜିଆଇ) ୨୯ ଏପ୍ରିଲରେ ବୈଠକ କରିବାର ଅଛି । ଆଇସିଏମଆର୍ ଓ ଅନ୍ୟ ଅନ୍ତରାଷ୍ଟ୍ରୀୟ ଗବେଷଣା ସଂସ୍ଥାର ଅଧ୍ୟୟନରେ କୁହାଯାଇଛି କି କୋଭିଡ-୧୯ ଭ୍ୟାକ୍ସିନର ଦୁଇଟି ଡୋଜ ସହ ପ୍ରାଥମିକ ଟିକାକରଣର ପ୍ରାୟ ୬ ମାସ ମଧ୍ୟରେ ଶରୀରରେ ଆଣ୍ଟିବଡି ସ୍ତର କମ୍ ହୋଇଯାଉଛି । ତେଣୁ ଏହାପରେ ବୁଷ୍ଟର ଡୋଜ ନେଲେ ମହାମାରୀ ବିରୋଧରେ ଶରୀରରେ ପ୍ରତିରକ୍ଷା ପ୍ରତିକ୍ରିୟା ବୃଦ୍ଧି ହେଉଛି ।

Share