ରକ୍ତଦାନ ହେଉଛି ମହତ ଦାନ। ରକ୍ତଦାନ ପାଇ ସଭିଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଅକ୍ଟୋବର ୧କୁ ଭାରତରେ ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ଭାବେ ପାଳନ କରାଯାଇଥାଏ। ଭାରତରେ ଟ୍ରାନ୍ସଫ୍ୟୁଜନ ମେଡିସିନର ପିତା ଭାବରେ ପରିଗଣିତ ଡାକ୍ତର ଜେ.ଜି ଜୋଲିଙ୍କ ଜନ୍ମ ଦିବସକୁ ସ୍ମରଣ କରି ଏହି ଦିବସ ପାଳନ କରାଯାଇଥାଏ। ଜୋଲି ୧୯୨୬ ଅକ୍ଟୋବର ୧ରେ ଜନ୍ମ ଗ୍ରହଣ କରିଥିଲେ। ୨୦୧୩ ଅକ୍ଟୋବର ୫ରେ ତାଙ୍କର ପରଲୋକ ଘଟିଥିଲା। ସେ ଚଣ୍ଡିଗଡ଼ ପୋଷ୍ଟ ଗ୍ରାଜୁଏଟ ଇନ୍ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ଏଜୁକେଶନ ଆଣ୍ଡ ରିସର୍ଚ୍ଚର ଟ୍ରାନ୍ସଫ୍ୟୁଜନ ମେଡିସିନ ବିଭାଗରେ ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ।