Categories: ଜାତୀୟ

ଚାକିରି ପାଇଁ ଧକ୍କା ଖାଉଛନ୍ତି ଦେଶର ଭବିଷ୍ୟତ: ରାହୁଲ

ନୂଆଦିଲ୍ଲୀ,୧୧।୭: କଂଗ୍ରେସ ଏମପି ତଥା ସଂସଦରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଦେଶରେ ବେକାରୀ ସମସ୍ୟାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଗୁଜୁରାଟର ଭରୁଚ ଜିଲାରେ ଚାକିରି ସାକ୍ଷାତକାରରେ ଏକାଠି ହୋଇଥିବା ଜନତାଙ୍କୁ ନେଇ ରାହୁଲ ଗାନ୍ଧୀ ରାଜ୍ୟ ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ‘ବେକାରୀ ରୋଗ’ ଦେଶରେ ମହାମାରୀର ରୂପେ ଗ୍ରହଣ କରିଛି ଏବଂ ଭାଜପା ଶାସିତ ରାଜ୍ୟ ଏହି ରୋଗର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ ଆଜି ‘ଭାରତର ଭବିଷ୍ୟତ’ ଚାକିରି ପାଇଁ ଧକ୍କା ଖାଉଛି। ସୂଚନାଯୋଗ୍ୟ, ଏହା ପ୍ରଥମ ଘଟଣା ନୁହେଁ ଯେ ରାହୁଲ ଗାନ୍ଧୀ ବେରୋଜଗାର ପ୍ରସଙ୍ଗରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି।
୨୦୨୪ ଲୋକ ସଭା ନିର୍ବାଚନରେ ରାହୁଲ ଗାନ୍ଧୀ ଦେଶରେ ବେରୋଜଗାରକୁ ଏକ ବଡ ପ୍ରସଙ୍ଗ କରିଦେଇଥିଲେ। କଂଗ୍ରେସ ଏହାର ମନିଫେଷ୍ଟୋରେ ଏ ସମ୍ପର୍କରେ ଅନେକ ଘୋଷଣା କରିଛି। ଏଥିରୁ ତାଙ୍କ ଦଳ ମଧ୍ୟ ଉପକୃତ ହୋଇଥିଲେ। ଏହି କାରଣରୁ ଦଳର ଏମପିଙ୍କ ସଂଖ୍ୟା ଏଥର ବୃଦ୍ଧି ପାଇଛି। ବର୍ତ୍ତମାନ ରାହୁଲ ଗାନ୍ଧୀ ଗୁଜୁରାଟର ପରିସ୍ଥିତିକୁ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରିଛନ୍ତି ଯେଉଁଥିରେ ରାହୁଲ ଚାକିରି ସାକ୍ଷାତକାର ପାଇଁ ଏକତ୍ରିତ ହୋଇଥିବା ଯୁବବର୍ଗଙ୍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି।
ରାହୁଲ ଗାନ୍ଧୀ ଟୁଇଟରରେ ଲେଖିଛନ୍ତି ଯେ ବେକାରୀ ରୋଗ ଦେଶରେ ମହାମାରୀ ରୂପେ ପରିଣତ ହୋଇଛି ଏବଂ ଭାଜପା ଶାସିତ ରାଜ୍ୟମାନେ ଏହି ରୋଗର କେନ୍ଦ୍ର ପାଲଟିଛନ୍ତି। ଏକ ସାଧାରଣ ଚାକିରି ପାଇଁ ଧାଡ଼ିରେ ଠିଆ ହୋଇଥିବା ‘ଭାରତର ଭବିଷ୍ୟତ’ ହେଉଛି ନରେନ୍ଦ୍ର ମୋଦିଙ୍କ ’ଅମୃତ କାଲ’ର ବାସ୍ତବତା।

Share