‘ଦେଶର ଗର୍ବ ମ୍ୟୁଜିୟମ ଅଫ୍‌ ଜଷ୍ଟିସ’

କଟକ ଅଫିସ,୨୬।୨: କଟକ ବାରବାଟୀ ଦୁର୍ଗ ପରିସରରେ ମ୍ୟୁଜିୟମ ଅଫ୍‌ ଜଷ୍ଟିସ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହାକୁ ଉଦ୍‌ଘାଟନ କରି କହିଥିଲେ, ମ୍ୟୁଜିୟମ ଅଫ୍‌ ଜଷ୍ଟିସ୍‌ ଦେଶର ଗର୍ବ। ଏଥିସହ ସେ ନାଗରିକର ଅଧିକାର ଅକ୍ଷୁଣ୍ଣ ରହିବା ଉପରେ ସଚେତନତା ସୃଷ୍ଟି କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେହିପରି ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର କହିଥିଲେ, ମ୍ୟୁଜିୟମ ଅଫ୍‌ ଜଷ୍ଟିସ ମାଧ୍ୟମରେ ଇତିହାସକୁ କେବଳ ସମ୍ମାନ ଦିଆଯାଇନାହିଁ ବରଂ ଇତିହାସ ସୃଷ୍ଟି କରାଯାଇଛି। ହାଇକୋର୍ଟ ଓ ଜିଲାକୋର୍ଟଗୁଡ଼ିକର ରେକର୍ଡ ରୁମ୍‌ରେ ଥିବା ଊନବିଂଶ ଶତାବ୍ଦୀ ପୂର୍ବର ପୁରୁଣା ରେକର୍ଡଗୁଡିକୁ ମ୍ୟୁଜିୟମ୍‌ରେ ସ୍ଥାନିତ କରାଯାଇଛି। ଓଡ଼ିଶାର ସ୍ବାଧୀନତା ସଂଗ୍ରାମୀ, ପ୍ରସିଦ୍ଧ ବ୍ୟକ୍ତିତ୍ୱ ଓ ଘଟଣାବଳୀ ସମ୍ପର୍କିତ ବହୁ ଲୁକ୍କାୟିତ ରେକର୍ଡଗୁଡ଼ିକୁ ଏଠାରେ ସ୍ଥାନିତ କରାଯାଇ ଓଡ଼ିଶାର ନ୍ୟାୟିକ ବ୍ୟବସ୍ଥାର ବୈପ୍ଳବିକ ପରିବର୍ତ୍ତନକୁ ଉପସ୍ଥାପନା କରିବାର ପ୍ରୟାସ କରାଯାଇଛି। ଏହି ମ୍ୟୁଜିୟମ କେବଳ ଓଡ଼ିଶାର ନୁହେଁ, ସାରା ଦେଶର ନ୍ୟାୟିକ ବ୍ୟବସ୍ଥାର ପ୍ରତିଫଳନ। କାରଣ ଯେକୌଣସିଠାରେ ସଂଘଟିତ ଘଟଣାବଳୀର ଦର୍ପଣ ହେଉଛି ଓଡ଼ିଶା। ଏହି ମ୍ୟୁଜିୟମ ଅଧ୍ୟୟନ, ଅଧ୍ୟାପନା ଓ ଗବେଷଣା ଆଦିର ପ୍ରମୁଖ ସ୍ଥଳ ପାଲଟିବ ବୋଲି ମୁଖ୍ୟ ବିଚାରପତି କହିଛନ୍ତି। ବିଚାରପତି ଦେବବ୍ରତ ଦାଶ ସ୍ବାଗତ ଭାଷଣ ଦେଇ କହିଥିଲେ, ନ୍ୟାୟିକ ବ୍ୟବସ୍ଥାର ଏକ ସମ୍ଭ୍ରାନ୍ତ ଐତିହ୍ୟ ରହିଛି। ମ୍ୟୁଜିୟମ ଅଫ୍‌ ଜଷ୍ଟିସରେ ପ୍ରାଚୀନ ସମୟରୁ ନ୍ୟାୟିକ ବ୍ୟବସ୍ଥାର ଉଜ୍ଜ୍ୱଳମୟ ଇତିହାସ ସ୍ଥାନିତ ହୋଇଛି। ଏହି ଅବସରରେ ମ୍ୟୁଜିୟମ୍‌ର ପ୍ରଥମ ପ୍ରକାଶନକୁ ଉନ୍ମୋଚନ କରାଯାଇଥିଲା। ବିଚାରପତି ଶଶିକାନ୍ତ ମିଶ୍ର ଧନ୍ୟବାଦ ଦେଇଥିଲେ।
ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜି.ବି. ପଟ୍ଟନାୟକ, ମ୍ୟୁଜିୟମର କନ୍‌ସଲଟେଟିଭ କମିଟି ସଦସ୍ୟ ବିଚାରପତି ଡ. ଏ. କେ. ମିଶ୍ର, ଡ. ନିବେଦିତା ମହାନ୍ତି, ଟ୍ରାଇବାଲ ମ୍ୟୁଜିୟମର ନିର୍ଦ୍ଦେଶକ ଏ. ବି. ଓତା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପନିର୍ଦ୍ଦେଶକ ଶୁଚିସ୍ମିତା ମନ୍ତ୍ରୀ, ପ୍ରଫେସର ନୀହାର ରଞ୍ଜନ ପଟ୍ଟନାୟକ, ଇନ୍‌ଟାକ୍‌ର ନିର୍ଦ୍ଦେଶକ ମଲ୍ଲିକା ମିତ୍ରଙ୍କ ସମେତ ହାଇକୋର୍ଟର କାର୍ଯ୍ୟରତ ବିଚାରପତି, ପୂର୍ବତନ ବିଚାରପତି, ଆଡ୍‌ଭୋକେଟ ଜେନେରାଲ, ବରିଷ୍ଠ ସରକାରୀ ପ୍ରଶାସକ, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ, ୟୁନିଭର୍ସିଟି ଲ’ କଲେଜ ଓ ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଛାତ୍ରୀଛାତ୍ରମାନେ ଯୋଗଦେଇଥିଲେ। ଉଦ୍‌ଘାଟନୀ ସମାରୋହ ଶେଷ ହେବାପରେ ରାଜ୍ୟପାଳ, ହାଇକୋର୍ଟ ମୁଖ୍ୟ ବିଚାରପତି ଓ ଅନ୍ୟମାନେ ମ୍ୟୁଜିୟମର ବିଭିନ୍ନ ଗ୍ୟାଲେରି ବୁଲି ଦେଖିଥିଲେ। ସେହିପରି ଛାତ୍ରୀଛାତ୍ରମାନେ ମଧ୍ୟ ମ୍ୟୁଜିୟମ୍‌ର ବିଭିନ୍ନ ଗ୍ୟାଲେରି ବୁଲି ଦେଖିଥିଲେ। ଏଥିରେ ସ୍ଥାନିତ ହୋଇଥିବା ଜନଜାତି ନ୍ୟାୟ ବ୍ୟବସ୍ଥା, କୋର୍ଟ ରୁମ୍‌ର ପ୍ରତିକୃତି ଓ ବିଚାର ପ୍ରକ୍ରିୟାଗୁଡ଼ିକ ଅତ୍ୟନ୍ତ ଶିକ୍ଷଣୀୟ ଏବଂ ଆନନ୍ଦଦାୟକ ହୋଇଥିବା ଛାତ୍ରୀଛାତ୍ରମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ଏହି କୁନିବାବା? ଯାହାଙ୍କ ବେକରେ ଫୁଲମାଳ, ପାଦତଳେ ତୁଳସୀ

ଭୁବନେଶ୍ୱର,୧୭ା୧୧: ସୋସିଆଲ ମିଡିଆରେ ଜଣେ ନାବାଳକଙ୍କ ବେକରେ ଫୁଲମାଳ ଏବଂ ପାଦତଳେ ତୁଳସୀ ଥିବାର ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। ଯାହାକୁ ନେଇ ଲୋକଙ୍କ...

ବାଣୀବିହାର ରେଳଧାରଣା କଡ଼ରୁ ମିଳିଲା ଯୁବକଙ୍କ କ୍ଷତାକ୍ତ ମୃତଦେହ

ଭୁବନେଶ୍ୱର,୧୭ା୧୧: ବାଣୀବିହାର ରେଳଧାରଣା କଡ଼ରୁ ରବିବାର ଏକ କ୍ଷତାକ୍ତ ମୃତଦେହ ଜବତ କରିଛି ପୋଲିସ।  ସ୍ଥାନୀୟ ଲୋକେ ମୃତଦେହ ଦେଖି ଜିଆର୍‌ପିକୁ ଖବର ଦେଇଥିଲେ। ଜିଆର୍‌ପି...

ପିଲାଙ୍କୁ ନ ବାଣ୍ଟି ଡମ୍ପିଂୟାର୍ଡରେ କିଏ ଫିଙ୍ଗିଲା ସ୍କୁଲ ଡ୍ରେସ୍‌ ଆଉ ଜୋତା? ତଦନ୍ତ ଦାବି କରି…

କୋରାପୁଟ,୧୭ା୧୧: ରାଜ୍ୟ ସରକାର ପିଲାମାନଙ୍କୁ ବିଦ୍ୟାଳୟାଭିମୁଖୀ କରିବା ପାଇଁ ପାଣି ପରି ଟଙ୍କା ଖର୍ଚ୍ଚ କରୁଛନ୍ତି। ସେମାନଙ୍କ ପାଇଁ ମଧ୍ୟାହ୍ନଭୋଜନ ବ୍ୟବସ୍ଥାଠାରୁ ଆରମ୍ଭ କରି ୟୁନିଫର୍ମ,...

ସଂକ୍ରାନ୍ତି ପାଇଁ ଫିକା ପଡ଼ିଥିଲା ଛାଡ଼ଖାଇ, ଆଜି ଆମିଷ ବଜାରରେ ନିଆଁ, ଦାମ୍‌ ରହିଛି…

ଭୁବନେଶ୍ୱର,୧୭ା୧୧: ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣିମା ହୋଇଥିବା ବେଳେ ଶନିବାର ପଡ଼ିଥିଲା ଛାଡ଼ଖାଇ। ମାତ୍ର ଏହି ଦିନ ସଂକ୍ରାନ୍ତି ପଡ଼ିଥିବାରୁ ଛାଡ଼ଖାଇ ଫିକା ପଡ଼ିଯାଇଥିଲା। ଯେଉଁଥିପାଇଁ ଲୋକେ...

ପହିଲି ଶୀତରେ ପହିଲି ପର୍ଯ୍ୟଟକ: ଭୋଜି ପାଇଁ ଲଗାଇଲେ ଭିଡ଼, ବୁଲିଲେ କଫି ବଗିଚା

ଦାରିଙ୍ଗବାଡ଼ି,୧୭ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଯେମିତି ତାପମାତ୍ରା କମିବାରେ ଲାଗିଛି ସେହିଭଳି ଶୀତ ମଧ୍ୟ ଧୀରେ ଧୀରେ ସ୍ପର୍ଶ କରିବାରେ ଲାଗିଛି। ଏହାର ମଜା...

ଗୀତ ଅଧାରୁ ଷ୍ଟେଜ୍‌ରୁ ଓହ୍ଲାଇ ପଡ଼ିଲେ ବାଲିଯାତ୍ରା ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଅସୀମା ପଣ୍ଡା

କଟକ,୧୭।୧୧(ଶିଳ୍ପା ପ୍ରିୟଦର୍ଶିନୀ): ବାଲିଯାତ୍ରା ପଡିଆ ଗଣକବି ବୈଷ୍ଣବ ପାଣି ମଞ୍ଚରେ ସଙ୍ଗୀତ ଓ ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା। ହେଲେ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିଥିବା...

ଚାଲି ଚାଲି ଯାଉଥିଲେ, ଯୁବକଙ୍କୁ ପିଟି ଦେଇ ଚାଲିଗଲା ଅଜଣା ଗାଡ଼ି

ବସ୍ତା,୧୭।୧୧(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅର୍ନ୍ତଗତ ୬୦ ନଂ ଜାତୀୟ ରାଜପଥର ଇନ୍ଦିରା ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ...

ପିକ୍‌ନିକ୍‌ ପାଇଁ ଯାଉଥିଲେ, କେନ୍ଦୁଘାଟିରେ ଓଲଟି ପଡ଼ିଲା ଟ୍ରାଭଲର୍‌; ଚାଲିଗଲା ଜଣଙ୍କର ଜୀବନ, ୧୧ ଆହତ

ଗଜପତି,୧୭।୧୧ (ଗିରିଧାରୀ ପରିଛା) – ପିକ୍‌ନିକ୍‌ ଯିବା ହେଲା କାଳ। ପୁଣି ଗଜପତି ଜିଲା ମୋହନା କେନ୍ଦୁଘାଟିରେ ରବିବାର ଦୁର୍ଘଟଣା ଘଟିଛି। ଟ୍ରାଭଲର ଭ୍ୟାନ୍‌ ଓଲଟି...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri