Posted inଜାତୀୟ

ଅଗଷ୍ଟ ୨୨ରେ କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନ

ନୂଆଦିଲ୍ଲୀ,୧୪ା୮(ପି.ଟି.):ଆମେରିକୀୟ ରିସର୍ଚ୍ଚ ଫାର୍ମ ହିଣ୍ଡେନ୍‌ବର୍ଗ ପୁଞ୍ଜି ବଜାର ନିୟନ୍ତ୍ରକ ସେବିର ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିବା ପରେ ବିବାଦ ଜୋର୍‌ ଧରିଛି। ମାଧବୀଙ୍କ ଇସ୍ତଫା ଏବଂ ଆଦାନୀ ପ୍ରସଙ୍ଗର ତଦନ୍ତ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ୱାରା କରାଇବା ଦାବିରେ କଂଗ୍ରେସ ଅଗଷ୍ଟ ୨୨ରେ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ମଙ୍ଗଳବାର ଘୋଷଣା କରିଛି। ହରିୟାଣା, ମହରାଷ୍ଟ୍ର ଓ ଜମ୍ମୁ-କଶ୍ମୀର ସମେତ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଏଥିସକାଶେ ସାଙ୍ଗଠନିକ ପ୍ରସଙ୍ଗ ଉପରେ ଆଲୋଚନା ଏବଂ ପ୍ରସ୍ତୁତି ଜୋର୍‌ଦାର କରିବା ପାଇଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସମସ୍ତ ସାଧାରଣ ସମ୍ପାଦକ, ପ୍ରଦେଶ କଂଗ୍ରେସ କମିଟି ସଭାପତି ଏବଂ ଏଆଇସିସି ରାଜ୍ୟ ପ୍ରଭାରୀମାନଙ୍କ ସହ ମଙ୍ଗଳବାର ବୈଠକ କରିଥିଲେ। ଉକ୍ତ ବୈଠକ ପରେ ଆସନ୍ତା ୨୨ ତାରିଖରେ ଦେଶବ୍ୟାପୀ ଆନ୍ଦୋଳନ ପାଇଁ ଖାର୍ଗେ ଘୋଷଣା କରିଛନ୍ତି।
ହିଣ୍ଡେନ୍‌ବର୍ଗ-୨.୦ ରିପୋର୍ଟରୁ ସେବି ଏବଂ ଆଦାନୀ ଗ୍ରୁପ୍‌ ମଧ୍ୟରେ ଅସାଧୁ କାରବାର ଚାଲିଥିବା ପଦାକୁ ଆସିବା ପରେ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତର ଆବଶ୍ୟକତା ରହିଛି। ଷ୍ଟକ୍‌ ବଜାରରେ କ୍ଷୁଦ୍ର ନିବେଶକମାନଙ୍କ ପୁଞ୍ଜିକୁ ବିପଦରେ ଛାଡ଼ିଦିଆଯାଇପାରିବ ନାହିଁ। କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ତୁରନ୍ତ ସେବି ଅଧ୍ୟକ୍ଷାଙ୍କୁ ଇସ୍ତଫା ଦେବାକୁ କହିବା ସହ ଅଭିଯୋଗର ତଦନ୍ତ ପାଇଁ ଜେପିସି ଗଠନ କରନ୍ତୁ ବୋଲି ଖାର୍ଗେ ଏକ୍ସ’ରେ ଲେଖିଛନ୍ତି। କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ସେବି ଅଧ୍ୟକ୍ଷାଙ୍କ ଇସ୍ତଫା ଏବଂ ଆଦାନୀ ପ୍ରସଙ୍ଗର ଜେପିସି ତଦନ୍ତ ଦାବିରେ ଅଗଷ୍ଟ ୨୨ରେ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ଦଳୀୟ ବୈଠକରେ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଛି। ଆଦାନୀ ଗ୍ରୁପ୍‌ ଷ୍ଟକ୍‌ ମୂଲ୍ୟରେ ଜାଲିଆତି କରିବା ପାଇଁ ବ୍ୟବହାର କରୁଥିବା ଅଫ୍‌ସୋର କମ୍ପାନୀଗୁଡ଼ିକରେ ସେବି ଅଧ୍ୟକ୍ଷା ମାଧବୀ ଓ ତାଙ୍କ ସ୍ବାମୀ ଧବଳ ବୁଚ୍‌ ପୁଞ୍ଜିନିବେଶ କରିଥିବା ଗତ ୧୦ ତାରିଖରେ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ରିପୋର୍ଟ ପ୍ରକାଶ କରିଥିଲା। ଘଟଣାର ଜେପିସି ତଦନ୍ତ ପାଇଁ କଂଗ୍ରେସ ଏବଂ ଇଣ୍ଡିଆ ବ୍ଲକ୍‌ ଦଳଗୁଡ଼ିକ ଜୋର୍‌ଦାର ଦାବି କରୁଥିବାବେଳେ ଦେଶରେ ଆର୍ଥତ୍କ ଅସ୍ଥିରତା ଓ ବିଶୃଙ୍ଖଳା ସୃଷ୍ଟି ପାଇଁ ବିରୋଧୀ ଷଡ଼ଯନ୍ତ୍ର କରୁଥିବା ଭାଜପା ଅଭିଯୋଗ ଆଣିଛି। ଅନ୍ୟପକ୍ଷେ ମାଧବୀ ଓ ତାଙ୍କ ସ୍ବାମୀ ହିଣ୍ଡେନବର୍ଗର ଅଭିଯୋଗକୁ ଭିତ୍ତିହୀନ କହି ଖଣ୍ଡନ କରିଛନ୍ତି। ସେବିର ବିଶ୍ୱସନୀୟତା ଉପରେ ଆମେରିକୀୟ ଶର୍ଟ ସେଲର୍‌ ଆକ୍ରମଣ କରୁଥିବା ଏବଂ ଏହାର ମୁଖ୍ୟଙ୍କ ଭାବମୂର୍ତ୍ତି ନଷ୍ଟ କରିବାକୁ ଉଦ୍ୟମ କରୁଥିବା ବୁଚ୍‌ ଦମ୍ପତି ଅଭିଯୋଗ କରିଛନ୍ତି। ଆଦାନୀ ଗ୍ରୁପ୍‌ ବିରୋଧରେ ଅଭିଯୋଗର ଉପଯୁକ୍ତ ତଦନ୍ତ ହୋଇଥିବା ସେବି କହିଛି।
ସୂଚନାଯୋଗ୍ୟ, ଗତବର୍ଷ ଜାନୁୟାରୀ ୨୪ରେ ଆଦାନୀ ଗ୍ରୁପ୍‌ ବିରୋଧରେ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପ୍ରଥମ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ କରିବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ଆଦାନୀ ଗ୍ରୁପ୍‌ ନିଜ ଷ୍ଟକ୍ସ ଏବଂ ଆକାଉଣ୍ଟରେ ବହୁ ଦଶନ୍ଧି ଧରି କାରସାଦି କରି ୧୭.୮ ଲକ୍ଷ କୋଟି ଟଙ୍କା (୨୧୮ ବିଲିୟନ୍‌ ଆମେରିକୀୟ ଡଲାର) ହେରଫେର କରିଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଥିଲା। ଆଦାନୀ ଗ୍ରୁପ୍‌ ମୁଖ୍ୟ ଗୌତମ ଆଦାନୀ ଅସାଧୁ ଉପାୟରେ ଷ୍ଟକ୍‌ ମୂଲ୍ୟରେ ବୃଦ୍ଧି ଘଟାଇ ୩ ବର୍ଷ ମଧ୍ୟରେ ପ୍ରାୟ ୧୨୦ ବିଲିୟନ ଡଲାର ଠୁଳ କରିଥିଲେ। ପୁଞ୍ଜି ବଜାରରେ ଆଦାନୀ ଗ୍ରୁପ୍‌ର କମ୍ପାନୀଗୁଡ଼ିକ ଏହି ଅବଧି ମଧ୍ୟରେ ହାରାହାରି ୮୧୯% ଉପରକୁ ଉଠିଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟରେ ଯୋଗଦେଲେ ଜୁନିୟର ଡାକ୍ତର: ଓପିଡି କରିବେ ନାହିଁ, ୭ ଦିନ ପୁଣି ଅପେକ୍ଷା…

କୋଲକାତା,୨୧ା୯: କୋଲକାତାର ଆର୍‌.ଜି. କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ଦାବି କରି ୪୨ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନରେ...

ଆମେରିକାରେ ପହଞ୍ଚିଲେ ମୋଦି, ଦେଖାଇଲେ ଭାରତୀୟ ସଂସ୍କୃତି, ହାତଯୋଡି କଲେ ନମସ୍କାର…

ଓ୍ବାଶିଂଟଡ଼୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ତିନି ଦିନିଆ ଗସ୍ତରେ ଆମେରିକାରେ ପହଞ୍ଚିଛନ୍ତି। ଆମେରିକାରେ ପିଏମ ମୋଦି କ୍ୱାଡ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ।...

ରାହୁଲଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ : ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ…

ଜମ୍ମୁ,୨୧ା୯: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଭାଜପା ଏବଂ ଆର୍‌ଏସ୍‌ଏସ୍‌ର ନେତାମାନେ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି। ତାଙ୍କୁ ଧମକ ଦିଆଯାଉଛି।...

ଆମେରିକାରେ ଭାରତୀୟ ଦୂତାବାସରେ ଜଣେ ଅଧିକାରୀଙ୍କ ରହସ୍ୟଜନକ ମୃତଦେହ ଉଦ୍ଧାର, ଦେଶରେ ଚହଳ

ଓ୍ବାଶିଂଟନ୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ ଯୋଗଦେବେ...

ଦିଲ୍ଲୀ ସରକାରର ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବାଣ୍ଟିଲେ ଆତିଶୀ, ନିଜ ପାଖରେ ରଖିଲେ ଶିକ୍ଷା-ଅର୍ଥ ସମେତ ୧୩ ବିଭାଗ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀ ସରକାର ରେ ଆଜି ନୂଆ ସରକାର ଶପଥ ଗ୍ରହଣ କରିଛନ୍ତି। ଦେଶର ସର୍ବକନିଷ୍ଠ ତଥା ଦିଲ୍ଲୀର ୩ୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ...

ମିଛ ପ୍ରଚାର କରୁଛି ଭାଜପା, ସତକୁ ସହି ପାରୁନାହିଁ, ମୁହଁ ଖୋଲିଲେ ରାହୁଲ

ନୂଆଦିଲ୍ଲୀ,୨୧।୯: ଲୋକ ସଭାରେ ବିରୋଧୀ ଦଳର ନେତା ତଥା ଉତ୍ତରପ୍ରଦେଶ ରାଏବରେଲିର କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଶିଖମାନଙ୍କ ଉପରେ ଦେଇଥିବା ବିବୃତ୍ତି...

ମୋଦି-ଶାହାଙ୍କ ସହ ଭଲ ନ ଥିଲା ଗଡକରୀଙ୍କ ସମ୍ପର୍କ! ଦେଖା ହେବା ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରାଉଥିଲେ…କହିଦେଲେ ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ଖୋଲାଖେଶଲି କହିଛନ୍ତି କି, ଯେତେବେଳେ ସେ...

ଆତିଶୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବ ଭାଜପା, କାହିଁକି ଏମିତି କହିଲେ ଭାଜପା ଏମପି

ନୂଆଦିଲ୍ଲୀ,୨୧।୯: ଭାଜପା ଏମପି ମନୋଜ ତିୱାରୀ ଆତିଶୀଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସେ ରାଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri