ବାଇଡେନ୍‌ଙ୍କୁ ଭାରତୀୟ ବଂଶୋଦ୍ଭବଙ୍କ ସମର୍ଥନ ୧୯% ହ୍ରାସ

ଓ୍ବାଶିଂଟନ, ୧୨।୭:ଆମେରିକାରେ ଥିବା ଭାରତୀୟ ବଂଶୋଦ୍ଭବଙ୍କ ମଧ୍ୟରେ ଡେମୋକ୍ରାଟିକ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କ ଲୋକପ୍ରିୟତାରେ ୧୯% ହ୍ରାସ ଘଟିଛି। ୨୦୨୦ ରାଷ୍ଟ୍ରପତି ନିର୍ବାଚନ ତୁଳନାରେ ଚଳିତ ଥର ବାଇଡେନ୍‌ଙ୍କୁ ୧୯% କମ୍‌ ଭାରତୀୟ ବଂଶୋଦ୍ଭବ ସମର୍ଥନ କରୁଛନ୍ତି, ଯାହା ଏସୀୟ ଆମେରିକୀୟ ମଧ୍ୟରେ ସର୍ବାଧିକ। ଗୁରୁବାର ‘ବାଇ-ଆନୁଆଲ ଏସିଆ ଆମେରିକା ଭୋଟର ସର୍ଭେ’ ପକ୍ଷରୁ ଏହି ଆକଳନ କରାଯାଇଛି। ଆସନ୍ତା ନଭେମ୍ବରରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ୪୬% ଭାରତୀୟ ବଂଶୋଦ୍ଭବ ବାଇଡେନ୍‌ଙ୍କୁ ଭୋଟ ଦେବାକୁ ମନସ୍ଥ କରିଛନ୍ତି। ଗତ ନିର୍ବାଚନ ସମୟରେ ଏହି ସଂଖ୍ୟା ୬୫% ଥିଲା। ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କ ମଧ୍ୟରେ ଗତ ଜୁନ୍‌ ୨୭ରେ ହୋଇଥିବା ପ୍ରଥମ ପ୍ରେସିଡେନ୍ସିଆଲ ଡିବେଟ୍‌ର ଠିକ୍‌ ପୂର୍ବରୁ ଏହି ସର୍ଭେ କରାଯାଇଥିଲା।

Share