ମୂଳ ଭାରତୀୟ ସିଙ୍ଗାପୁରରେ ରାତାରାତି ହେଲେ ଲକ୍ଷପତି, ସ୍କ୍ବିଡ ଗେମ୍ସରେ ଜିତିଲେ ସାଢ଼େ ୧୧ ଲକ୍ଷ…

ସିଙ୍ଗାପୁର,୧।୬ : ସିଙ୍ଗାପୁରର ଜଣେ ମୂଳ ଭାରତୀୟ ବ୍ୟକ୍ତି ରାତାରାତି ଲକ୍ଷପତି ପାଲଟିଛନ୍ତି। ବାସ୍ତବରେ, ଯେଉଁ କମ୍ପାନୀରେ ଭାରତୀୟ ବ୍ୟକ୍ତି କାର୍ଯ୍ୟ କରନ୍ତି, ଏହାର କର୍ମଚାରୀମାନଙ୍କ ପାଇଁ ସ୍କ୍ବିଡ ଗେମ୍ସର ଆୟୋଜନ କରାଯାଇଥିଲା। ଇଭେଣ୍ଟ ବିଜେତାଙ୍କୁ ପୁରସ୍କାର ଭାବରେ ସାଢ଼େ ୧୧ ଲକ୍ଷ ଟଙ୍କା ମିଳିଥିଲା। ମୂଳ ଭାରତୀୟ ୪୨ ବର୍ଷ ବୟସ୍କ ସେଲଭାମ ଆରୁମୁଗମ ସିଙ୍ଗାପୁର କମ୍ପାନୀ ପଲିସାମ ଇଞ୍ଜିନିୟରିଂରେ କାର୍ଯ୍ୟ କରନ୍ତି।

କମ୍ପାନୀ ଏହାର କର୍ମଚାରୀମାନଙ୍କ ପାଇଁ ଏକ ରାତ୍ରୀ ଭୋଜନ ଏବଂ ନୃତ୍ୟ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। କମ୍ପାନୀ ସ୍କ୍ବିଡ ଗେମ୍ସର ନିଜସ୍ବ ଇଭେଣ୍ଟ ଆୟୋଜନ କରିଥିଲା। ଯେଉଁଥିରେ କର୍ମଚାରୀମାନେ ସ୍କ୍ବିଡ ଗେମ୍ସର ଚରିତ୍ର ପରି ଲାଲ ରଙ୍ଗର ଟ୍ରାକ ସୁଟ ପିନ୍ଧିଥିଲେ ଏବଂ ସେମାନଙ୍କୁ କିଛି କଷ୍ଟଦାୟକ କାର୍ଯ୍ୟ ଦିଆଯାଇଥିଲା। ତେବେ ସେମାନେଙ୍କ ଜୀବନ ପ୍ରତି କୌଣସି ବିପଦ ନ ଥିଲା।

ସେଲଭାମ ଏହି କାର୍ଯ୍ୟଗୁଡ଼ିକୁ ସଫଳତାର ସହିତ ସମାପ୍ତ କରି ପ୍ରଥମ ପୁରସ୍କାର ଜିତିଥିଲେ । ପୁରସ୍କାର ସ୍ବରୂପ, ସେଲଭାମଙ୍କୁ ୧୮,୮୮୮ ସିଙ୍ଗାପୁର ଡଲାର ପୁରସ୍କାର ମିଳିଥିଲା, ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ସାଢ଼େ ୧୧ ଲକ୍ଷ ଟଙ୍କା ।

Share