ଓ୍ବିଲିଂଟନ୍,୨୬।୧୧: ନ୍ୟୁଜିଲାଣ୍ଡରେ ମୂଳ ଭାରତୀୟ ସାଂସଦ ଡ. ଗୌରବ ଶର୍ମା ଇତିହାସ ରଚିଛନ୍ତି। ସେ ସଂସ୍କୃତରେ ପଦ ଏବଂ ଗୋପନୀୟତାର ଶପଥ ପାଠ କରିଛନ୍ତି। ହିମାଚଳ ପ୍ରଦେଶର ବାସିନ୍ଦା ଗୌରବ ନିର୍ବାଚନରେ ଲେବର ପାର୍ଟିର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ନ୍ୟୁଜିଲାଣ୍ଡରେ ଅବସ୍ଥାପିତ ଥିବା ଭାରତୀୟ ଉଚ୍ଚାୟୁକ୍ତ ମୁକ୍ତେଶ ପରଦେଶୀ ଏସମ୍ପର୍କରେ ସୂଚନା ଦେଇଛନ୍ତି। ଗୌରବ ସଂସ୍କୃତରେ ଶପଥ ପାଠ କରୁଥିବା ୪୫ ସେକେଣ୍ଡର ଏକ ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ଜେ. ନନ୍ଦକୁମାରଙ୍କ ଟୁଇଟର ହ୍ୟାଣ୍ଡେଲରୁ ଅପଲୋଡ୍ କରାଯାଇଛି।