ମୂଳ ଭାରତୀୟ ନାସାର ମୁଖ୍ୟ ଟେକ୍ନୋଲୋଜିଷ୍ଟ ନିଯୁକ୍ତ…

ଓ୍ବାଶିଂଟନ,୧୦।୧ : ଆମେରିକୀୟ ଏରୋସ୍ପେସ ବିଶେଷଜ୍ଞ ତଥା ମୂଳ ଭାରତୀୟ ଏସି ଚାରଣିଆଙ୍କୁ ନାସା ଏହାର ମୁଖ୍ୟ ଟେକ୍ନୋଲୋଜିଷ୍ଟ ଭାବରେ ନିଯୁକ୍ତ କରିଛି। ଟେକ୍ନୋଲୋଜି ନୀତି ଏବଂ ସ୍ପେସ ପ୍ରୋଗ୍ରାମ ଉପରେ ସେ ନାସା ମୁଖ୍ୟ ବିଲ ନେଲସନଙ୍କ ମୁଖ୍ୟ ପରାମର୍ଶଦାତା ଭାବରେ କାର୍ଯ୍ୟ କରିବେ।

ନାସାର ଏକ ବିବୃତ୍ତିରେ କୁହାଯାଇଛି ଯେ ଏସି ଚାରଣିଆ ନାସା ମିଶନର ୬ ଟି ଏଜେନ୍ସିର ଟେକ୍ନୋଲୋଜି କାର୍ଯ୍ୟର ତଦାରଖ କରିବେ। ଫେଡେରାଲ ଏଜେନ୍ସି, ବେସରକାରୀ କ୍ଷେତ୍ର ଏବଂ ବାହ୍ୟ ଅଂଶୀଦାରମାନଙ୍କ ସହିତ ଟେକ୍ନୋଲୋଜି ସହଯୋଗର ମଧ୍ୟ ତଦାରଖ କରିବେ।

ଏକବିଂଶ ଶତାବ୍ଦୀରେ ଆମେ ଯେଉଁ ପ୍ରକାରର ପ୍ରଗତି ଖୋଜୁଛୁ ତାହା ଆମର ମିଶନକୁ କାର୍ଯ୍ୟକାରୀ କରିବା ପାଇଁ ଟେକ୍ନୋଲୋଜିର ଏକ ପୋର୍ଟଫୋଲିଓ ବାଛିବା ଉପରେ ନିର୍ଭର କରେ ବୋଲି ଚାରଣିଆ ଏକ ବିବୃତ୍ତିରେ କହିଛନ୍ତି।

ନାସାରେ ଯୋଗଦେବା ପୂର୍ବରୁ ସେ ରୋବୋଟିକ୍ସରେ ପ୍ରଡକ୍ଟ ଷ୍ଟ୍ରାଟେଜି ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ। ଏଥିସହ ସେ ଏରୋସ୍ପେସ କମ୍ପାନୀ ବ୍ଲୁ ଅରିଜିନ ବ୍ଲୁ ମୁନ ଲୁନାର ଲାଣ୍ଡର କାର୍ଯ୍ୟକ୍ରମ ଏବଂ ନାସା ସହିତ ଅନେକ ଟେକ୍ନୋଲୋଜି ପଦକ୍ଷେପ ଉପରେ କାର୍ଯ୍ୟ କରିଛନ୍ତି। ଏଥିସହ, ସେ ସ୍ପେସ ଟୁରିଜିମ କମ୍ପାନୀ ଭର୍ଜିନ ଗାଲାକ୍ଟିକ (ବର୍ତ୍ତମାନ ଭର୍ଜିନ ଅର୍ବିଟ) ଲଞ୍ଚର୍‌ ଏକ ଛୋଟ ସାଟେଲାଇଟ ଲଞ୍ଚ ଯାନ କାର୍ଯ୍ୟକ୍ରମ ପାଇଁ ରଣନୀତି ଏବଂ ବ୍ୟବସାୟ ବିକାଶରେ ମଧ୍ୟ କାର୍ଯ୍ୟ କରି ସାରିଛନ୍ତି। ଜର୍ଜିଆ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରୁ ଏରୋସ୍ପେସ ଇଞ୍ଜିନିୟରିଂରେ ସେ ସ୍ନାତକ ଏବଂ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ସେ ଏମୋରୀ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି।

Share