ମୂଳ ଭାରତୀୟ ପ୍ରମିଳା ଜୟପାଳ ଆମେରିକାରେ ବଡ଼ ପଦବୀରେ…

ଓ୍ବାଶିଂଟନ,୨।୨ : ପୁଣିଥରେ ମୂଳ ଭାରତୀୟମାନେ ଆମେରିକାରେ ନିଜର ଆଧିପତ୍ୟ ଜାହିର କରିଛନ୍ତି। ଏଥର ଭାରତୀୟ ମୂଳ ପ୍ରମିଳା ଜୟପାଲଙ୍କୁ ଇମିଗ୍ରେଶନ ଉପରେ ଶକ୍ତିଶାଳୀ ହାଉସ ଜୁଡିସିଆରୀ କମିଟି ପ୍ୟାନେଲର ର଼୍ୟାଙ୍କିଙ୍ଗ ସଦସ୍ୟ ଭାବେ ନାମିତ କରାଯାଇଛି। ସେ ପ୍ରଥମ କମିଟିର ନେତୃତ୍ୱ ନେଇଥିଲେ।

୫୭ ବର୍ଷୀୟ ପ୍ରମିଳା ୱାଶିଂଟନର ସପ୍ତମ କଂଗ୍ରେସ ଜିଲା ପାଇଁ ପ୍ରତିନିଧିତ୍ୱ କରୁଛନ୍ତି। ସେ ଇମିଗ୍ରେଶନ ଅଖଣ୍ଡତା, ସୁରକ୍ଷା ଏବଂ ଏନଫୋର୍ସମେଣ୍ଟ ସବ କମିଟିର ମହିଳା ସଦସ୍ୟ ଜୋ ଲୋଫ୍ରେନଙ୍କ ସ୍ଥାନ ନେଇଛନ୍ତି। ର଼୍ୟାଙ୍କିଙ୍ଗ ସଦସ୍ୟ ଭାବରେ ନାମିତ ହେବା ପରେ ପ୍ରମିଲା କହିଛନ୍ତି, ଆମେରିକାର ସଂସଦକୁ ନିର୍ବାଚିତ ହୋଇଥିବା ପ୍ରଥମ ଦକ୍ଷିଣ ଏସୀୟ ମହିଳା ହୋଇଥିବାରୁ ମୁଁ ଗର୍ବିତ।

ପ୍ରମିଳା କହିଛନ୍ତି ଯେ ସେ ୧୬ ବର୍ଷ ବୟସରେ ଆମେରିକା ଆସିଥିଲେ। ତଥାପି, ତାଙ୍କୁ ଆମେରିକାର ନାଗରିକ ହେବାକୁ ୧୭ ବର୍ଷ ଅପେକ୍ଷା କରିବାକୁ ପଡିଥିଲା। ସେ କହିଛନ୍ତି ମୁଁ ଏକ ସ୍ଥିତିରେ ରହିବା ମୋ ପାଇଁ ଏକ ବଡ କଥା ଯେଉଁଠାରେ ମୁଁ ଏକ ଅସଜଡ଼ା ଇମିଗ୍ରେଶନ ସିଷ୍ଟମକୁ ସଜାଡ଼ିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବି।

ଆମେରିକା କଂଗ୍ରେସକୁ ଆସିବା ପୂର୍ବରୁ ପ୍ରମିଳା ଦୀର୍ଘ ଦିନ ଧରି ପ୍ରବାସୀମାନଙ୍କ ପାଇଁ ଲଢୁଥିଲେ। ସେ ୱାଶିଂଟନର ସର୍ବବୃହତ ପ୍ରବାସୀ ସଂଗଠନ ୱାନ ଆମେରିକା ମଧ୍ୟ ଆରମ୍ଭ କରିଥିଲେ। ସେପ୍ଟେମ୍ବର ୧୧ ଆତଙ୍କବାଦୀ ଆକ୍ରମଣ ପରେ ସେ ଏହାକୁ ଗଠନ କରିଥିଲେ। ତାଙ୍କୁ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଦ୍ୱାରା ଚାମ୍ପିଅନ ଅଫ ଚେଞ୍ଜ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି।

Share